ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୪ ମାଓବାଦୀ
ଛତିଶଗଡ : ବର୍ଷ ଆରମ୍ଭରୁ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଲତା । ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଟଳିଲେ ୧୪ ଜଣ ମାଓବାଦୀ । ଛତିଶଗଡ଼ର ସୁକମା ଜିଲ୍ଲା କିଷ୍ଠରାମ ଅଞ୍ଚଳ ଜଙ୍ଗଳରେ ଆଜି ସକାଳ ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ମାଓବାଦୀ ନିହତ ହୋଇଥିବା । ଏନେଇ ସୁକମା ପୋଲିସ ସୂଚନା ଦେଇଛି । ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ଖବର ପାଇବା ପରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ, ନକ୍ସଲମାନେ ସୁରକ୍ଷାକର୍ମୀଙ୍ଗ ଉପରେ ଗୁଳି ଚଳାଇଥିଲେ, ଯାହା ଫଳରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସେମାନଙ୍କ ନିକଟରୁ ଏକେ-୪୭ ଓ ଇନ୍ସାସ୍ ବନ୍ଧୁକ ଜବତ କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧ ଦେଶକୁ ମାଓମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରଥିଲେ । ଜଣଙ୍କ ପରେ ଜଣେ ଟପ୍ ମାଓନେତାଙ୍କ ମୃତ୍ୟୁ ପରେ ମାଓଗଡ ଭୁଷୁଡି ପଡୁଥିବାରେ ଲାଗିଛି । ଭୟରେ ଅନେକ ମାଓବାଦୀ ହିଂସାପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି। ଏଥିପାଇଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଓ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି ।
Samir Kumar Rout