ଗୋଆ ଅଗ୍ନିକାଣ୍ଡ : ଦିଲ୍ଲୀରେ ପହଞ୍ଚିଲେ ଲୁଥ୍ରା ବ୍ରଦର୍ସ 

ଗୋଆ ଅଗ୍ନିକାଣ୍ଡ : ଦିଲ୍ଲୀରେ ପହଞ୍ଚିଲେ ଲୁଥ୍ରା ବ୍ରଦର୍ସ 

ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ପଞ୍ଚିଲେ ଫେରାର ଗୋଆ ନାଇଟ୍‌ କ୍ଳବର ଦୁଇ ମାଲିକ । ଥାଇଲାଣ୍ଡରୁ ଦିଲ୍ଲୀ ଫେରିଛନ୍ତି ଗୋଆ ‘ବର୍ଚ୍ଚ ବାଏ ରୋମିଓ ଲେନ୍‌’ ନାଇଟ କ୍ଲବର ମାଲିକ ଦୁଇ ଭାଇ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା । ଥାଇଲ୍ୟାଣ୍ଡ ସରକାର ସେମାନଙ୍କୁ ଫେରାଇ ଦେବା ପରେ ସେମାନେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଗିରଫ ପରେ ଦୁହିଁଙ୍କ ଡାକ୍ତରୀ ପରୀକ୍ଷା କରାଯାଇ ଦିଲ୍ଲୀ କୋର୍ଟରେ ହାଜର ହେବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଉଭୟଙ୍କୁ ଗୋଆ ନିଆଯିବ ।

     ଡିସେମ୍ବର ୬ତାରିଖ ମଧ୍ୟରାତ୍ରି ପରେ ଗୋଆର ଆରପୋରାରେ ଥିବା "ବିର୍ଚ୍ଚ ବାଏ ରୋମିଓ ଲେନ୍‌" ନାଇଟ୍‌ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ୨୫ଜଣଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଏହାର ଦୁଇ ମାଲିକ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ଫେରାର ଥିଲେ । ଘଟଣାର କିଛି ଘଣ୍ଟା ପରେ ଦୁଇ ଭାଇ ଥାଇଲ୍ୟାଣ୍ଡର ଫୁକେଟକୁ ପଳାଇ ଯାଇଥିଲେ। ଭାରତ ସରକାର ସେମାନଙ୍କ ପାସପୋର୍ଟ ରଦ୍ଦ କରିଦେବା ପରେ ଥାଇଲ୍ୟାଣ୍ଡ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ।