କବେ ହଟିବ ଥାନାରୁ ୫-ଟି ବୋର୍ଡ


ଟମକା  :ରାଜ୍ୟରେ ମୋହନ ସରକାର ଶାସନ ଭାର ଗ୍ରହଣ କରିବା ପରେ ପୂର୍ବ ସରକାରଙ୍କର ଦ୍ୱାରା ପ୍ରଚଳିତ ମୋ ସରକାର ଅଧିନରେ ଥିବା ୫-ଟି ଯୋଜନା ଉପରେ ପ୍ରଥମ ଛାଟ ପଡିଥିଲା । ଏହି ୫-ଟି ଅଧିନରେ ବିଭିନ୍ନ ବିଭାଗରେ ଲାଗିଥିବା ୫-ଟି ବୋର୍ଡ ହଟାଇବାକୁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋସିଆଲ ମିଡିଆରେ ଥିବା ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ତେବେ ଇତି ମଧ୍ୟରେ ୧୫ ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଯାଜପୁର ଜିଲା ଟମକା ଥାନା ପରିସରରୁ ୫-ଟି ବୋର୍ଡ ହଟିନଥିବା ଦେଖିବାକୁ ମିଳିଛି । ଟମକା ଥାନା ଗୃହ କାନ୍ଥରେ ଲାଗିଥିବା ଏହି ବୋର୍ଡ ହଟାଇବାକୁ ବିଭାଗୀୟ ନିଦେ୍ର୍ଦଶ ଆସିଛି ନା ଆସିବା ପରେ ମଧ୍ୟ ଏହି ବୋର୍ଡକୁ ହଟା ଯାଇନାହିଁ ତାହା ମଧ୍ୟପ୍ରଶ୍ନବାଚୀ ହୋଇ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ଟମକା ଥାନାରେ କେବେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା ।