କମୁଛି ବନ୍ୟା, ବଢୁଛି ଦୁର୍ଦ୍ଦଶା
।ା ଧୂଷୁରୀରୁ ବିଭୁତି ଭୂଷଣ ମଲ୍ଲ ।ା
ଧାମନଗର ବ୍ଲକ୍ ବୈତରଣୀ ନଦୀର ଉପର ମୁଣ୍ଡରେ ବନ୍ୟା ଜଳ ହ୍ରାସ ପାଉଥିବାବେଳେ ତଳିଆ ଅଞ୍ଚଳରେ ବନ୍ୟା ଜଳ ମାଡିଚାଲିଛି । ଆନନ୍ଦପୁର୍, ଖଡିପଦା, କର୍ଦ୍ଦା, ସୋହଡା, ପଧାନି ଆଦି ପଞ୍ଚାୟତରେ ପାଣି କମିଥିବା ବେଳେ ଅର୍ଜୁନପୁର୍, ହସନାବାଦ, ବାମକୁର, କାସିମପୁର, ନଦିଗାଁ ଧୂଷୁରୀ, ରଇପୁର,ପାଳସହି ଆଦି ପଞ୍ଚାୟତ ମାନଙ୍କରେ ବନ୍ୟା ଜଳ ଧାନକୁ ବୁଡାଇ ରଖିଛି । ଏହା ଫଳରେ ଧାନ ଏବଂ ଧାନ ତଳି ସଂପୂର୍ଣ୍ଣ ନଷ୍ଟ ହେଇଯିବାର ସମ୍ଭାବନା ଅଛି । ପନିପରିବା ମଧ୍ୟ ନଷ୍ଟ ହୋଇଯାଇଅଛି । ହସନାବାଦ ଓ ଅର୍ଜୁନପୁର୍ ପଞ୍ଚାୟତରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ଲୋକମାନେ ଅସୁବିଧାରେ ରହିଛନ୍ତି । ବନ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ । ଏଥି ସହିତ ପ୍ରଭାବିତ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ଉତ୍ତେଇପୁର୍ ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପର ସୁରକ୍ଷା ପ୍ରାଚୀର ନିର୍ମାଣ ହେତୁ ଏହି ବର୍ଷ ବନ୍ୟା ଜଳକୁ ଅନେକ ମାତ୍ରାରେ ନିୟନ୍ତ୍ରିତ କରାଯାଇପାରିଛି । ଲୋକମାନେ ମନ୍ତ୍ରୀ ମହୋଦୟଙ୍କୁ ଦାବି କରିଛନ୍ତି ଯେ, ଏହି ଦୁଇଟି ମାହାରାକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ । ଯାହାଦ୍ୱାରା ଧାମନଗରରେ ବନ୍ୟା ନିୟନ୍ତ୍ରିତ ହୋଇପାରିବ । କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କୁ ତୁରନ୍ତ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ମନ୍ତ୍ରୀ ।