କଲେଜ ଛକରେ ନାବାଳକ ମୃତ
ଆସିକା : ଗଞ୍ଜାମ ଜିଲ୍ଲା କୋଟିନଡା ଥାନା କଲେଜ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଫଳ ଦୋକାନରେ ବସିଥିବା ବେଳେ ଜଣେ ନାବାଳକର ମୃତୁ୍ୟ ହୋଇଛି । ଇନଭଟର ବେଟେରିରୁ କରେଣ୍ଟ ଲାଗି ନାବାଳକର ମୃତୁ୍ୟ ହୋଇଥିବା ସନେ୍ଦହ କରାଯାଉଛି । ମୃତକ ଜଣକ ହେଲେ କଲେଜ ଛକର ରବୀନ୍ଦ୍ର ପ୍ରଧାନଙ୍କ ୧୫ ବର୍ଷୀୟ ପୁଅ ପବିତ୍ର ପ୍ରଧାନ ବୋଲି ଜଣାପଡିଛି । ପବିତ୍ର ପ୍ରତିଦିନ ଭଳି ଆଜି ସନ୍ଧ୍ୟାରେ କଲେଜ ଛକ ସ୍ଥିତ ଗୋଟିଏ ଫଳ ଦୋକାନରେ ବସିଥିବା ବେଳେ ଅଚାନକ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ଚିକିସôା ନିମନ୍ତେ ଆସିକା ଉପଖଣ୍ଡ ଚିକିସôାଳୟରେ ଭର୍ତି କରିଥିଲେ । ଏଠାରେ ଡାକ୍ତର ପବିତ୍ରଙ୍କୁ ମୃତୁ୍ୟ ଘୋଷଣା କରିଛନ୍ତି । ଅନ୍ୟପଟେ ଇନଭେଟର ବ୍ୟାଟେରୀରୁ କରେଣ୍ଟ ଲାଗି ମୃତୁ୍ୟ ହୋଇଥିବା ନେଇ ସନେ୍ଦହ କରାଯାଉଛି । ମୃତଙ୍କ ଭାଇ ଶିବ ଶଙ୍କର ପ୍ରଧାନ ଅଭିଯୋଗ କ୍ରମେ କୋଟିନଡା ପୁଲିସ ଥାନା କେସ ନମ୍ବର ୦୪/୨୫ ରେ ଅପମୃତ୍ୟ ମାମଲା ରୁଜୁ କରି ଆସିକା ମେଡିକାଲରେ ଶବବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି ।