ସାର ଅଭାବ, ଚାଷୀଙ୍କ ଲମ୍ବା ଲାଇନ 

ସାର ଅଭାବ, ଚାଷୀଙ୍କ ଲମ୍ବା ଲାଇନ 

ଆସିକା : ଆସିକାରେ କୃଷି ଜିଲ୍ଲା କାର୍ଯ୍ୟାଳୟ ଏବଂ ଆସିକା ସହକାରୀ ନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ଏଠି ସାରର ଘୋର ଅଭାବ ଚାଷୀଙ୍କୁ ବ୍ୟଥିତ କରିଛି । ସାର ପାଇଁ ରାତିରୁ ଲମ୍ବା ଲାଇନରେ ଆସିକା ଏମପିସିଏସ କାର୍ଯ୍ୟାଳୟ ଆଗରେ ଚାଷୀ ନିଜ ଚପଲ ରଖି ଲାଇନ କରି ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ହେଲେ ଚାଷୀଙ୍କ ଲାଇନ ନ ସରୁଣୁ ସମିତିରେ ସାର ସାରିଯିବା ଫଳରେ ନିରାଶ ହୋଇ ଫେରିଛନ୍ତି ଚାଷୀ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଉଲ୍ଲେଖ ଯେ, ଆସିକା ସହକାରୀ ନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ଅଧୀନରେ  ୮ଗୋଟି ବ୍ଲକ ରହିଛି । ଏହାର ଅଧୀନରେ ୧୨୫ଟି ପ୍ୟାକ୍ସ ସୋସାଇଟି ମାଧ୍ୟମର ସାର ବିକ୍ରି ହୁଏ । ଏବେ ୩୪୧୨ ହଜାର ମାଟ୍ରିକ ଟନ୍‌ ସାର ଇନଡେଣ୍ଟ ହୋଇଛି । ଯାହାକି କାଲି ସୁଦ୍ଧା ପହଞ୍ଚିବ । ଅନ୍ୟପକ୍ଷରେ ସାରର ଘୋର ଅଭାବ ପାଇଁ ସାର କଳା ବଜାର ହେଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ ପଞ୍ଚାନନ ସାହୁ ଓ ବସନ୍ତ ପାତ୍ର ।