କଲେଜ ଛାତରୁ ପଡ଼ି ଅଧ୍ୟାପିକାଙ୍କ ମୃତୁ୍ୟ ; ହତ୍ୟା ଅଭିଯୋଗ ଆଣିଲେ ପରିବାର

କଲେଜ ଛାତରୁ ପଡ଼ି ଅଧ୍ୟାପିକାଙ୍କ ମୃତୁ୍ୟ ; ହତ୍ୟା ଅଭିଯୋଗ ଆଣିଲେ ପରିବାର


 ଭୁବନେଶ୍ୱର, ୨୧ା୬ : ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତରୁ ପଡ଼ି ଚିକିତ୍ସାଧୀନ ଥିବା ଜଣେ କନିଷ୍ଠ ଅଧ୍ୟାପିକାଙ୍କ ମୃତୁ୍ୟ ଘଟିଛି । ମୃତ ଅଧ୍ୟାପିକା ହେଲେ ବର୍ଷା ମିଶ୍ର । ସେ ତାମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ କମ୍ପୁ୍ୟଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବରେ କାର୍ଯ୍ୟରତ ଥିଲେ ।
 ସୂଚନାଯୋଗ୍ୟଯେ, ଗତ ୧୧ ତାରିଖରେ ଅଧ୍ୟାପିକା ବର୍ଷା କଲେଜ ଛାତରୁ ପଡ଼ି ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଚିକିତ୍ସାଧିନ ରହିଥିବା ବେଳେ ଶୁକ୍ରବାର ତାଙ୍କର ମୃତୁ୍ୟ ଘଟିଛି । ଏହି ଖବର ଜାଣିବା ପରେ ଅଧ୍ୟାପିକାଙ୍କ ପରିବାର ଲୋକେ ତାଙ୍କୁ ଛାତରୁ ଠେଲି ହତ୍ୟା କରାଯାଇଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ମୃତ ବର୍ଷାଙ୍କ ଭାଇ କହିଛନ୍ତି, ବର୍ଷା ଗତ ୧ ବର୍ଷ ହେବ କମ୍ପୁ୍ୟଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବେ ଚାକିରି କରୁଥିଲେ । ମଙ୍ଗଳବାର ଦିନ ମାଆଙ୍କ ପାଖକୁ ଫୋନ୍ କରି ଏଚ୍ଓଡ଼ି ମ୍ୟାଡମ ରାଗୁଛନ୍ତି ବୋଲି ସେ କହିଥିଲେ । ତୂ ତାଙ୍କୁ ଫୋନରେ ବୁଝାଇଦେଲେ ସେ ବୁଝିଯିବେ ବୋଲି ସେ ମାଆଙ୍କୁ କହିଥିଲେ । ପରେ ଫୋନକୁ ହୋଲ୍ଡ କରି ଏଚ୍ଓଡ଼ି ମ୍ୟାଡମଙ୍କୁ ଫୋନ ଦେଇଥିଲେ । ହେଲେ ମ୍ୟାଡାମ ଫୋନରେ କଥା ନ ହୋଇ ଫୋନ ଟି ଫିଙ୍ଗି ଦେଇଥିଲେ । ଏଥିପାଇଁ ସେ ବହୁତ କାନ୍ଦଥିଲେ । କିଛି ସମୟ ପରେ ବର୍ଷା ଛାତରୁ ପଡ଼ିଯାଇଥିବା ଖବର ଆସିଥିଲା । ରାଗରେ ଏଚ୍ଓଡ଼ି ମ୍ୟାଡାମ ଆମ ଝିଅକୁ ଛାତରୁ ଠେଲି ଦେଇଥିବା ଆମେ ସନେ୍ଦହ କରୁଛୁ । ଏଚ୍ଓଡ଼ି ମ୍ୟାଡାମ ବର୍ଷା ଉପରେ କାର୍ହିକି ରାଗୁଥିଲେ ଆମେ ଜାଣିନାହୁଁ । ଆମକୁ ନ୍ୟାୟ ଦରକାର ବୋଲି ବର୍ଷାଙ୍କ ପରିବାର ଦାବି କରିଛନ୍ତି । ପରେ ଥାନାରେ ଏକ ତାଙ୍କ ଝିଅକୁ ଛାତରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।