ଯୁବତୀଙ୍କ ଅଶ୍ମୀଳ ଫଟୋ ଓ ଭିଡ଼ିଓ ଭାଇରାଲ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୧ା୧୨ : ଯୁବତୀଙ୍କ ଅଶ୍ମୀଳ ଭିଡ଼ିଓ ଓ ଫଟୋକୁ ଭାଇରାଲ କରିବାର ଧମକ ଦେଇ ୫ ଲକ୍ଷ ଚଳୁ । ପରେ ଯୁବତୀ ଜଣଙ୍କ ଟଙ୍କାଦେବା ବନ୍ଦ କରିଦେବାରୁ ତାଙ୍କର ଫୋଟ ଓ ଭିଡ଼ିଓକୁ ଭାଇରାଲ କଲା ଅଭିଯୁକ୍ତ । ଏନେଇ ମହିଳା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାହାସହ ଅଭିଯୁକ୍ତର ମୋବାଇଲକୁ ଜବତ କରି ସେଠାରୁ ଯୁବତୀଙ୍କ ଅଶ୍ମୀଳ ଫଟୋ ଓ ଭିଡ଼ିଓକୁ ଡିଲେଟ୍ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଲା ବାଲିଆନ୍ତା ଥାନା ଅଧିନ ଭିଙ୍ଗାରପୁର ଚିଙ୍ଗୁଡ଼ିଆ ସାହାସହର ମନୋରଞ୍ଜନ ଖଟେଇ ।
 ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମନୋରଞ୍ଜନ ଅଭିଯୋଗକାରିଣୀଙ୍କ ଦୂର ସମ୍ପର୍କୀୟ ହୋଇଥିବା ବେଳେ, ଉଭୟଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ରହିଥିଲା । ଏହି ବନ୍ଧୁତାର ଫାଇଦା ଉଠାଇ ଅଭିଯୁକ୍ତ ଯୁବତୀଙ୍କ ଅଜାଣତରେ ତାଙ୍କର କିଛି ଅନ୍ତରଙ୍ଗ ତଥା ଆପତ୍ତିଜନକ ଫଟୋ ଓ ଭିଡ଼ିଓ ନିଜ ପାଖରେ ରଖିଥିଲା । ପରେ ପାଖରେ ରଖିଥିବା ଫଟୋ ଓ ଭିଡ଼ିଓକୁ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତ ପୀଡ଼ିତାଙ୍କ ଠାରୁ ୟୁ.ପି.ଆଇ ଜରିଆରେ ୯୭ ହଜାର ଟଙ୍କା ଓ ନଗଦ ୪ ଲକ୍ଷ ଟଙ୍କା ନେଇଯାଇଥିଲା । ଏହାପରେ ମଧ୍ୟ ଅଭିଯୁକ୍ତ ଯୁବତୀଙ୍କୁ ବାରମ୍ବାର ଟଙ୍କା ମାଗିବାରୁ ପୀଡ଼ିତା ଜଣଙ୍କ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣଙ୍କ ପାଖରେ ଥିବା ଫଟୋ ଓ ଭିଡ଼ିଓକୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ପଠାଇବା ସହ ନାନା ପ୍ରକାର ଧମକ ଦେଇଥିଲା । ଏନେଇ ପୀଡ଼ିତା ଜଣଙ୍କ ବାଧ୍ୟ ହୋଇ ମହିଳା ଥାନାକୁ ଆସି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।