କଲେଜ ବସ ଦୁର୍ଘଟଣା; ଛାତ୍ରଛାତ୍ରୀ ଆହତ
ବ୍ୟାସନଗର : ବୁଧବାର ରାତି ପ୍ରାୟ ସାଢେ ୯ଟା ପରେ ଛୋଟରାୟପୁର ନିକଟ କ୍ୟାମ୍ପସରୁ ଏକ୍ସଲର କଲେଜ ଛାତ୍ରଛାତ୍ରୀଙ୍କୁ ଧରି ହଷ୍ଟେଲକୁ ଆସୁଥିବା ବସ ଅଟୋକୁ ପିଟିବା ପରେ ଗଛରେ ପିଟି ହୋଇଥିଲା । ଏକ୍ସଲର କଲେଜ ବସ ଚଳାଉଥିବା ଡ଼୍ରାଇଭର ପ୍ରବଳ ମଦ୍ୟପାନ କାରଣରୁ ଧକ୍କା ପରେ ଧକ୍କା ଦେଇଥିବା ବେଳେ ଅଟୋ ଡ଼୍ରାଇଭର ଗୁରୁତର ହୋଇ ମେଡ଼ିକାଲରେ ଭର୍ତି ହୋଇଥିବା ବେଳେ ଏକାଧିକ ଛାତ୍ର ଆହତ ହୋଇଥିବାର ଜଣାପଡ଼ିଛି । ଯାହାକୁ ନେଇ ଘଟଣା ସ୍ତଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ଯାଜପୁର ରୋଡ଼ ପୁଲିସ ଘଟଣା ସ୍ତଳରେ ପହଁଚିଛି । ଖବର ମତେ ଆଜି ରାତିରେ ଛୋଟରାୟପୁର ଠାରେ ଥିବା ଏକ୍ସଲର କଲେଜର ୭୦ଜଣ ଛାତ୍ରଙ୍କୁ ଧରି ବ୍ୟାସନଗର ପୈାରାଞ୍ଚଳ ଦଳା ନିକଟରେ ଥିବା ହଷ୍ଟେଲକୁ ଏକ ବସ ଆସୁଥିଲା । ବସର ଡ଼୍ରାଇଭର ପ୍ରବଳ ମଦ୍ୟପାନ କରିଥିବା ବେଳେ ଦଳା-ଶଙ୍ଖଚିଲା ରାସ୍ତାର ଜେମ୍ସ ସ୍କୁଲ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେବା ପରେ ଏକ ଗଛରେ ପିଟି ହୋଇଥିଲା । ବସ ଡ଼୍ରାଇଭର ବେପରୁଆ ଗାଡ଼ି ଚାଳନାରୁ ବସରେ ଥିବା ଛାତ୍ର ଭୟଭୀତ ହୋଇପଡ଼ିଥିଲେ । ଧକ୍କାରେ ଏକଧିକ ଛାତ୍ର ଆହତ ହୋଇଥିବା ବେଳେ ଅଟୋ ଚାଳନ ଗୁରୁତର ହୋଇପଡ଼ିଥିଲେ । ବାଟୋଇ ଅଟୋ ଚାଳକକୁ ଉଦ୍ଧାର କରି ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତି କରିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ପହଁଚି ବସରୁ ବାହାରିଥିବା ଛାତ୍ରଙ୍କୁ ହଷ୍ଟେଲରେ ପହଁଚାଇବା ସହ ଆହତକୁ ମେଡ଼ିକାଲରେ ଭର୍ତି କରିଥିଲେ । ପୁଲିସ ଘଟଣାସ୍ତଳରେ ପହଁଚି ଓଡ଼ି୦୪ଏଫ-୮୦୫୦ ବସର ଡ଼୍ରାଇଭରକୁ ଥାନାକୁ ନେଇଯାଇଛି ।