ବିଭିନ୍ନ କ୍ଲଷ୍ଟରରେ ନିପୁଣ ଓଡିଶା ମେଳା

 ଭଣ୍ଡାରିପୋଖରୀ:  ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ସାଧନକେନ୍ଦ୍ରରେ ନିପୁଣ ଓଡିଶା ମେଳା ତୁଳସୀପୁର ଉପ୍ରା ବିଦ୍ୟାଳୟରେ ଶିକ୍ଷାସଂଯୋଜକ ବିଶ୍ୱରଞ୍ଜନ ଷେଣ୍ଡଙ୍କ ସଂଯୋଜନାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟଅତିଥି, ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଏବିଇଓ ଅକ୍ଷୟ ଜେନା, ଉମେଷ ଜେନା, ତ୍ରିଲୋଚନ ନାୟକ, ରାଧାଶ୍ୟାମ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଧାନଶିକ୍ଷୟତ୍ରୀ ସଶ୍ମିତା ନାୟକ ଅତିଥି ପରିଚୟ ଓ ପ୍ରଜ୍ଞାପରମିତା ସ୍ୱାଇଁ ଉଦେ୍ଦଶ୍ୟଜ୍ଞାପନ କରିଥିଲେ । ପୂର୍ଣ୍ଣର୍ିମା ଜେନା, ସଞ୍ଜୁଲତା ପାତ୍ର, ସୁଜାତା ସ୍ୱାଇଁ, ସୁବାସିନୀ ସ୍ୱାଇଁ, ମୀନାକୁମାରୀ ମହାପାତ୍ର, ଗୀତାରାଣୀ ଶଙ୍ଖୁଆ, ଜୟପ୍ରକାଶ ସ୍ୱାଇଁ ପ୍ରମୁଖ ମେଳା ପରିଚାଳନା କରିଥିଲେ । ସେହିପରି ରାଜେନ୍ଦ୍ରପୁର ସାଧନକେନ୍ଦ୍ରରେ ନିପୁଣ ଓଡିଶା ମେଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । 
ଶିକ୍ଷା ସଂଯୋଜିକା  ଜ୍ୟୋସ୍ନା କୁମାରୀ ବାରିକଙ୍କ ସଂଯୋଜନା ଓ ପ୍ରଧାନଶିକ୍ଷକ ରବିନ୍ଦ୍ରନାଥ ଗୁଡ୍ଡିଙ୍କ ସଭାତିତ୍ୱରେ ଅନୁଷ୍ଠିତ ଏହି ମେଳାରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ତରାଇ ମୁଖ୍ୟଅତିଥି, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ସମିତି ସଭ୍ୟା ପ୍ରତିନିଧି ଅଜୟ ସାହୁ, ପ୍ରାକ୍ତନ ଶିକ୍ଷାସଂଯୋଜକ କୈଳାସ ଚନ୍ଦ୍ର ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁମାନେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନରେ ଦକ୍ଷତା ହାସଲ କରିପାରିଲେ ନିପୁଣ ଓଡିଶା ମେଳା ସଫଳ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । କ୍ଲଷ୍ଟର ଅନ୍ତର୍ଗତ ୧୨ଟି ବିଦ୍ୟାଳୟର ପ୍ରଥମରୁ ତୃତୀୟ ଶ୍ରେଣୀର ୧୨୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୌଳିକ ସାକ୍ଷରତା, ମୌଳିକ ସଂଖ୍ୟାଜ୍ଞାନ, ହସ୍ତକଳା ଓ ଶିଳ୍ପକଳା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । କେଟସିରା ଉପ୍ରା ବିଦ୍ୟାଳୟ ପ୍ରଥମ, ରାଜେନ୍ଦ୍ରପୁର ଉପ୍ରା ବିଦ୍ୟାଳୟ ଦ୍ୱିତୀୟ ଓ ଥଇଳା ଉପ୍ରା ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲା । ଶିକ୍ଷକ ରୂପେଶ କୁମାର ଲେଙ୍କା ଅତିଥି ପରିଚୟ ଓ ଶ୍ରୀକାନ୍ତ ପ୍ରସାଦ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ରତ୍ନାକର ମାଝୀ, ରିନା ମାଝୀ, ପ୍ରଶାନ୍ତ ଜେନା, ରୁନୁବାଳା କୁଣ୍ଡୁ, ଗଦାଧର ଜେନା, ଯଦୁନାଥ ରାଉତ, ମାନସୀ ଜେନା, ସୁମିତ୍ରା ସେନାପତି, ପଦ୍ମନାଭ ମାଝୀ, ବିଶ୍ୱମ୍ଭର ମାଝୀ, ମନସ୍ମୀତ ବିଶ୍ୱାଳ, ମଞ୍ଜୁଲତା ସାହୁ, ଜାନକୀ ସାହୁ, ମାଧବଲତା ସେଠୀ, ଅନନ୍ତ ନାୟକ, ଚନ୍ଦନ ଦାସ ମେଳା ପରିଚାଳନା କରିଥିଲେ ।