କୁକର୍ମକାରୀକୁ ୨୦ବର୍ଷ ଜେଲ୍
ଯାଜପୁର ଟାଉନ: ଜନୈକା ନାବାଳିକା କୁକର୍ମକାରୀକୁ ଯାଜପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଜିତ ପଲେଇ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୦ ହଜାର ଟଙ୍କା ଜରିମାନା ରାୟ ପ୍ରକାଶ କରିଛନ୍ତି । ବିବରଣୀରୁ ପ୍ରକାଶ, ୨୦୨୩ ମସିହା ଅପ୍ରେଲ ମାସ ୯ ତାରିଖ ଯାଜପୁର ସଦର ଥାନା ଅଞ୍ଚଳର ୧୫ବର୍ଷୀୟା ନାବାଳିକାକୁ ପ୍ରେମ ଜାଲରେ ଫସାଇ ବରୀ ରାମଚନ୍ଦ୍ରପୁର ଥାନା ଅରୁଆଳ ଗ୍ରାମର ଦୁଷ୍ମନ୍ତ ଜେନା ବିବାହର ପ୍ରତିଶ୍ରୁତି ଦେଇ ବିଜୟୱାଡ଼ା ନେଇଯାଇଥିଲେ । ସେଠାରେ ନାବାଳିକାର ଅନିଚ୍ଛା ସତ୍ୱେ ଶାରିରୀକ ସମ୍ପର୍କ ରଖିଥିଲେ । ଅପରପକ୍ଷରେ ନାବାଳିକାର ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ସଦର ଥାନାରେ ଏତଲା କରିଥିଲେ । ଅଭିଯୋଗକୁ ଭିତ୍ତି କରି ସଦର ପୁଲି ୯୨/୨୦୨୩ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖି ବିଜୟୱାଡ଼ାରୁ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଦୁଷ୍ମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣାରେ ୧୩ଜଣ ସାକ୍ଷୀଙ୍କ ସାକ୍ଷୀକୁ ଭିତି କରି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲେଇ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ଜରିମାନା ଅର୍ଥ ଅନାଦେୟରେ ଅଭିଯୁକ୍ତକୁ ୬ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ ରାୟ ଉଲ୍ଲେଖ ରହିଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ୨ଲକ୍ଷ ଟଙ୍କା ପୀଡ଼ିତାକୁ କ୍ଷତିପୂରଣ ବାବଦକୁ ଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକୁ୍ୟଟର ରାଜୀବ ମହାନ୍ତି ମାମଲା ପରିଚାଳନା କରୁଥିଲେ ।