କଲେଜରେ ଅଧ୍ୟାପକଙ୍କୁ ବିଦାୟ ସମ୍ବର୍ଦ୍ଧନା
କେନ୍ଦ୍ରାପଡା : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ. ପ୍ରଭାକର ମଲ୍ଲିକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏନେଇ ଆଜି କଲେଜ ପରିସର ରେ ଏକ ବିଦାୟ ସମ୍ବର୍ନ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ରାଜ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ସଭାପତି ଗୋଲଖ ଚନ୍ଦ୍ର ମହାଭୋଇ, ସଂଗଠନ ସମ୍ପାଦକ ଡ. ଦିଲ୍ଲୀପ କୁମାର ମିଶ୍ର, ଅଧ୍ୟାପକ ପ୍ରଭାକର ସାମଲ ଏବଂ ପୂର୍ବତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ନନ୍ଦ କିଶୋର ପରିଡା, ଡକ୍ଟର ପ୍ରମୋଦ କୁମାର ଦାସ, ଜିଲ୍ଲା ସଂପାଦକ ରଂଜିତ କୁମାର ଦାସ, କଲେଜର ସଭାପତି ମଞ୍ଜୁବାଳା ଦାସ, ସଂଯୁକ୍ତା ଦାସ ଏବଂ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ. ଜ୍ଞାନେନ୍ଦ୍ର କୁମାର ଦାସ ପ୍ରମୁଖ ଶ୍ରୀଯୁକ୍ତ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଜୁବାଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।