କଲେଜରେ ରାଜନୀତି ବିଜ୍ଞାନ ଆଲୋଚନାଚକ୍ର

 ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ବିଭାଗ ଓ ସାଲେପୁର ସ୍ୱୟଂ ଶାସିତ କଲେଜ ପ୍ରାଣୀବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ "ବିଜ୍ଞାନ ଓ ଅନ୍ଧ ବିଶ୍ୱାସ, ସମାଜ ତଥା ଜଳବାୟୁ ପରିବର୍ତ୍ତନ ସଷ୍ଟନବଲ ବିକାଶ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଓ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରଫେସର ଭିକାରୀ ଚରଣ ଗୁରୁ ବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ । କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପ୍ରାକ୍ତନ ସହକାରୀ ପ୍ରଫେସର ଡ. ବୈରାଗୀ ଚରଣ ବେହେରା ସମ୍ମାନିତଅତିଥି ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ସରୋଜିନୀ ମିଶ୍ର, ସାଲେପୁର କଲେଜ ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ଡ. ସ୍ୱାତୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ପ୍ରାଧ୍ୟାପକ ଡ. ସୁବାଷ ଜେନା, ଡ. ମିଥିଳା ଦାସ, ଡ. ପ୍ରଦୀପ ପତି, ଡ. ସର୍ବଶ୍ୱେର ନାୟକ ଓ ଅଧ୍ୟାପିକା ପ୍ରିୟଙ୍କା ମିଶ୍ର ପ୍ରମୁଖ ବିଭିନ୍ନ କଲେଜର ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅତିଥି ଅଧ୍ୟାପକ ସୁଶାନ୍ତ ରାଉତ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଡ. ସୁନୀଲ ପ୍ରଧାନ, ଡ. ଫକୀର ପ୍ରଧାନ, ଅଧ୍ୟାପକ ସୁଭାଶିଷ ମିଶ୍ର, ଅମିତ ସାହୁ ନିରଞ୍ଜନ ବାରିକ, ଡେମନଷ୍ଟ୍ରେଟର ଗଣେଶ୍ୱର ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ସେହିପରି ପଟ୍ଟାମୁଣ୍ଡାଇ କଲେଜ ରାଜନୀତି ବିଜ୍ଞାନ ଓ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ "ବିକଶିତ ଭାରତ : ଭବିଷ୍ୟତ ବିଶ୍ୱ ବ୍ୟବସ୍ଥାରେ ଭାରତର ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ" ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ କଲେଜରେ ଅନୁଷ୍ଠିତ ହୋଇଯାଇଛି ଓ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ରରେ କିସ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ପ୍ରଫେସର ଯୁଗଳ କିଶୋର ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ନେତାଜୀ ଅଭିନନ୍ଦନ, ଓଡିଶା ହାଇକୋର୍ଟ ଆଡ଼ଭୋକେଟ ପୁରୁଷୋତ୍ତମ ଚୁଳି ,ଓ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସର୍ବ?ଶ୍ୱର ସାହୁ ଅଧ୍ୟାପିକା ନିବେଦିତା ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ଓ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଅଧ୍ୟାପକ ଡ. ଚିନ୍ମୟ ପ୍ରଧାନଙ୍କ ସମେତ ବିଭିନ୍ନ କଲେଜ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ପ୍ରବନ୍ଧ ପାଠ କରିଥିଲେ । ଅଧ୍ୟାପିକା ସୀମାଙ୍ଗୀନୀ ଦାସ ଧନ୍ୟବାଦ ଦେଇଥିଲେ । ଏହି ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ପ୍ରାଧ୍ୟାପକ ଡ. ସୁନୀଲ ପ୍ରଧାନ, ଡ଼ ଫକୀର ପ୍ରଧାନ, ଡ. ଦୁଃଶାସନ ପରିଡା, ଡ. ରମେଶ ସାହୁ, ପ୍ରମୋଦ ସ୍ୱାଇଁ, କ୍ୟାପଟେନ ମନୋଜ ପରିଡା, ଅଧ୍ୟାପକ ପ୍ରଦୁ୍ୟମ୍ନ ପ୍ରଧାନ, ରଶ୍ମିତା ପାଣିଗ୍ରାହୀଙ୍କ ସମେତ ବିଭିନ୍ନ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।