ବିଭିନ୍ନ ସ୍ଥାନରେ ମକର ମେଳା
କଣ୍ଟାପଡା: ନିଆଳି ବ୍ଲକ୍ରେ ବିଭିନ୍ନ ଜାଗାରେ ଧୁମ୍ଧାମ୍ରେ ମକର ଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଅଁଳୋ ପଞ୍ଚାୟତ କାଳିଆ ଘାଇ ଛକରେ ମକର ଯାତ୍ରା ଅନୁଷ୍ଠିତ ହେଉଛି । ସେହିଭଳି ଜଲ୍ଲାରପୁର ପଞ୍ଚାୟତ ଲୁଣିଗାଁରେ ୫୩ତମ ସାଧୁ ବାବାଙ୍କ ମକର ଯାତ୍ରା ଓ ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଏକ ବିଶାଳ ନାମ ସଂକୀର୍ତ୍ତନ କରାଯାଇ କଳସ ବୁଡାଇ ଏକ ଦିନିକିଆ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ପୂଜାରେ କର୍ତ୍ତା ଭୀମସେନ ରାଉତ ଓ କୁନି ରାଉତ ହୋଇଥିବା ବେଳେ ଲୁଣିଗାଁ ଗ୍ରାମରେ ୫୩ତମ ସାଧୁବାବାଙ୍କ ମକର ଯାତ୍ରା ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାକୁ ୫୩ ବର୍ଷ ତଳେ ହରିହର ସେଠ୍ ଆରମ୍ଭ କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ନାରାୟଣ ବିଶ୍ୱାଳ, ପୂର୍ଣ୍ଣନନ୍ଦ ନାୟକ, ବିଚତ୍ରା ନନ୍ଦ ରାଉତ, ପରିକ୍ଷୀତ ରାଉତ, ବାବୁରାମ ନାଏକ ସହଯୋଗ କରୁଛନ୍ତି । ଲୁଣିଗାଁରେ ଏହିଭଳି ମକର ଯାତ୍ରାକୁ ନେଇ ଗ୍ରାମବାସୀ ଉତ୍ସବ ମୁଖର ଅଛନ୍ତି । ସେହିଭଳି ନିଆଳି ବ୍ଲକ୍ର ମାଧବ, ପହଙ୍ଗା,ଏରଞ୍ଚ, ଷଡାଂଶ, ବିଳାଶୁଣୀ, ରତନପୁର ଓ ନିଆଳିର ଶୋଭନେଶ୍ୱର ମନ୍ଦିରରେ ମକର ସଂକ୍ରାନ୍ତି ଉପଲକ୍ଷେ ଧୁମ୍ଧାମ୍ରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ବିଭିନ୍ନ ଜାଗାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।