୨୨ବର୍ଷ ପରେ ମିଳିଲା ଚାକିରି
ଯାଜପୁର: ବର୍ଷେ କି ଦି’ ବର୍ଷ ନୁହେଁ, ଦୀର୍ଘ ୨୨ବର୍ଷ ପରେ ମୃତୁ୍ୟଞ୍ଜୟଙ୍କୁ ମିଳିଲା ସଞ୍ଜିବନୀ । ଆଇନଗତ ଲଢେଇରେ ଶିକ୍ଷା ବିଭାଗର କୁଟୀଳ ଯୋଜନା ଫସର ଫାଟିଯାଇଥିବା ବେଳେ ମୃତୁ୍ୟଞ୍ଜୟ ଧର୍ମର ଜୟ ଘଟିଛି ବୋଲି କହିଛନ୍ତି । ଖବରଟି ଏହିପରି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ କ୍ଷେତ୍ରପାଳ ଗ୍ରାମର ନିବାସୀ ମୃତୁ୍ୟଞ୍ଜୟଙ୍କ ବାପା ଭାଗ୍ୟଧର ସାମନ୍ତରାୟଙ୍କ୨୦୦୩ ମସିହାରେ ମୃତୁ୍ୟ ଘଟିଥିଲା । ବାପାଙ୍କ ମୃତୁ୍ୟ ପରେ ପୁନର୍ବାସ ସହାୟକ ଯୋଜନାରେ ଚାକିରି କରିବାକୁ ଅନାଇ ବସିଥିଲେ ମୃତୁ୍ୟଞ୍ଜୟ । ମାତ୍ର ଅପେକ୍ଷା କରି କରି ସମୟ ଗଡ଼ି ଚାଲିଲା ହେଲେ ଚାକିରିରେ ଥାଇଥାନ ହୋଇପାରିଲେ ନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ସିନା ଚାକିରି ମିଳିଲା ନାହିଁ । ଏଥିରେ ହତାଶ ହୋଇ ମୃତୁ୍ୟଞ୍ଜୟ ପ୍ରଥମେ ୨୦୧୬ ମସିହାରେ ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ତାଙ୍କର ଆବେଦନକୁ ଖାରଜ କରିଦେଇଥିଲେ । ପରେ ପୁନର୍ବାର ସେ ୨୦୧୯ଆଉଥରେ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ମଧ୍ୟ ତାଙ୍କୁ ଚାକିରିରେ ଥାଇଥାନ୍ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଏହାକୁ ମାନିନଥିଲେ । ଜିଲ୍ଲା ଅଧିକାରୀ ସ୍କୁଟିନି କରି ଓଡ଼ିଶା ସରକାରଙ୍କ ପୁନର୍ବାସ ଥଇଥାନ ନିୟମ ଅନୁଯାୟୀ କୋର୍ଟଙ୍କ ନିଦେ୍ର୍ଦଶକୁ ଖାରଜ କରିଦେଇଥିଲେ । ଏଥିରେ ମୃତୁ୍ୟଞ୍ଜୟ ହତାଶ ନହୋଇ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଡ଼ବ୍ଲୁପିସିନଂ -୧୫୬୯୯/୨୫ ମାମଲାର ବିଚାର କରି ବିଚାରପତି ମାନ୍ୟବର ଆଦିତ୍ୟ କୁମାର ମହାପାତ୍ର ଆବେଦନକାରୀଙ୍କଙ୍କୁ ତ୍ୱରିତ ଥଇଥାନ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିରେ ଚାକିରି ପାଇଁ ଆବେଦନ କରିଥିବା ମୃତୁ୍ୟଞ୍ଜୟ ଖୁସି ପ୍ରକଟ କରିବା ସହ ଧର୍ମର ଜୟ ହୋଇଛି । ମୃତୁ୍ୟଞ୍ଜୟଙ୍କ ତରଫରୁ ଯୁବ ଆଇନଜୀବୀ ସରସ୍ୱତୀ ସେନାପତି ମାମଲା ପରିଚାଳନା କରିଥିଲେ ।