ଶିକ୍ଷାବିତଙ୍କ ଶ୍ରାଦ୍ଧବାର୍ଷିିକୀ
ଧାମନଗର: ଧାମନଗର ଠାରେ ଶିକ୍ଷାବିତ ନିତ୍ୟାନନ୍ଦ ବିଶ୍ୱାଳ ପାଠାଗାର କେନ୍ଦ୍ର ପରିସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରସାନନ୍ଦ ମହାପାତ୍ରଙ୍କ ସଂଚାଳନାରେ ଶିକ୍ଷାବିତ ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧବାର୍ଷିକୀ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ସ୍ୱାଇଁ, ଅଭିମନୁ୍ୟ ମଲ୍ଲିକ, ହୃଦାନନ୍ଦ କର, ସିଦେ୍ଧଶ୍ୱର ସାମଲ, ପ୍ରମୋଦ ମହାକୁଡ଼, ହୁର୍ଷିକେଶ ବେହେରା, ଆଇନଜୀବୀ ରଣଜିତ ମହାନ୍ତି, ଅମରେନ୍ଦ୍ର ମହାନ୍ତି, ମନୋଜ ଗୁପ୍ତା, ସାମ୍ବାଦିକ ଅନିଲ କୁମାର ବାରିକ, ବିରେନ୍ଦ୍ର ଜେନା, ସୁଶାନ୍ତ କୁମାର ରାଉତ, ସେକ ଜାଫର ଅଲ୍ଲୀ, ଦୁର୍ଗାପ୍ରସାଦ ମହାପାତ୍ର, ସୁଧିର ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନିତ୍ୟାନନ୍ଦ ବିଶ୍ୱାଳ ଜଣେ ମିଷ୍ଠାଭାଷି ମେଳାପୀ, ପରୋପକାରୀ ସଂଗଠକ ଓ ଶିକ୍ଷାନୁଷ୍ଠାନ ପ୍ରେମୀ ଭାବେ ସୁପରିଚିତ ଥିଲେ ବୋଲି ଅତିଥି ବକ୍ତବ୍ୟ ରଖିଥିଲେ । ଶେଷରେ ପ୍ରଦୀପ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।