କାଉଡିଆ ଯାତ୍ରା ପାଇଁ ୮ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ରହିବ ବନ୍ଦ
ଉତ୍ତରପ୍ରଦେଶ ମେରଠରେ କାଉଡିଆଙ୍କ ସୁବିଧା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପୁରା ଦମ୍ ଲଗାଇଦେଇଛନ୍ତି । କାଉଡିଆ ଯାତ୍ରା ଚାଲିଥିବାରୁ କାଳେ ସେମାନଙ୍କୁ ଅସୁବିଧା ହେବ ସେଥିପାଇଁ ମେରଠ୍ ଜିଲ୍ଲା ପ୍ରଶାସନ ଆଜି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାଧିକାରୀ ଡ.ବି.କେ ସିଂ କହିଛନ୍ତି କି, ଶିବରାତ୍ରୀର ମୁଖ୍ୟ ପର୍ବ ଜୁଲାଇ ୨୩ ରେ ପଡୁଛି । ସେହିଦିନ ଜଳାଭିଷେକ ପରମ୍ପରା ନିର୍ବାହ କରାଯିବ । ଏହି ସମୟରେ ଲକ୍ଷାଧିକ କାଉଡିଆ ଜିଲ୍ଲା ଭିତରେ ପ୍ରବେଶ କରିବେ । ଭିଡ଼ ଭିତରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି କି, ନିର୍ଦ୍ଧାରିତ ଛୁଟି ଘୋଷଣା ସୟମରେ ଯଦି କୌଣସି ସରକାରୀ କିମ୍ବା ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲାଯାଏ ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ଓ ବ୍ଲକ ଶିକ୍ଷାଧିକାରୀ ଆଶା ଚୌଧୁରୀ ବି ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ପ୍ରିନ୍ସପାଲକୁ ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁ କି କାଉଡିଆମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ବିଭିନ୍ନ ଶିବାଳୟକୁ ଯିବାର ପ୍ରମୁଖ ପଥ ହେଉଛି ମେରଠ । ତେଣୁ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଓ କାଉଡିଆମାନଙ୍କ ସୁଗମ ଯାତ୍ରାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ମେରଠ୍ ଜିଲ୍ଲାପାଳ କହିଛନ୍ତି ।