ବାଇକ୍ ଦୁର୍ଘଟଣାରେ ଦୁଇ ମୃତ ଓ ଜଣେ ଗୁରୁତର
ଫୁଲବାଣୀ: ଡେରାକୁମ୍ପା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କ ମୃତୁ୍ୟ ଘଟିଛି । ଉକ୍ତ ଦୁର୍ଘଟଣାରେ ଜଣେ ପ୍ରଧାନ ଶିକ୍ଷକଙ୍କ ମୃତୁ୍ୟ ଘଟିବା ସହ ଆଉ ଜଣଙ୍କର ମୃତୁ୍ୟ ହୋଇଛି ଏବଂ ଜଣେ ଗୁରୁତର ହୋଇଛନ୍ତି । ମୃତକ ଫିରିଙ୍ଗିଆ ବ୍ଲକ ନୂଆପଦର ଉଚ୍ଚÿ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ଦାଶ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଅନ୍ୟଜଣେ ମୃତକ ହେଲେ ବିଶ୍ୱମ୍ବର କହଁର ଏବଂ ଗୁରୁତର ଜଣକ ହେଲେ ନକୁଳ କହଁର ଏହିପରିଭାବରେ ଦୁଇ ଜଣ ଯାକ ମିଶି ବାଇକ୍ରେ ଆସୁଥିଲେ । ଏମାନେ ଦ୍ୱୟ ହେଲେ ସଲାଗୁଡା ଅଞ୍ଚଳର । ଉକ୍ତ ଦୁର୍ଘଟଣା ଜନିତ ୨ ଜଣଙ୍କ ମୃତୁ୍ୟ ଏବଂ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଡେରାକୁମ୍ପା ନିକଟରେ ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଶନିବାର ସକାଳେ ରବିଚନ୍ଦ୍ର ଦାସ୍ ବାଘଡଙ୍ଗେରୀ ଠାରେ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଜ ବାଇକ୍ରେ ଯାଉଥିଲେ । ଡେରାକୁମ୍ପା ନିକଟରେ ବିପରୀପ ଦିଗରୁ ଦୃତ ଗତିରେ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ପ୍ରଧାନ ଶିକ୍ଷକ ଗାଡ଼ିରୁ ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡ ରାସ୍ତାରେ ଭୀଷଣ ଜୋରେ ପିଟିହୋଇ ବହୁ ମାତ୍ରାରେ ରକ୍ତସ୍ରାବ ହେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ଆଉ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଗୋଚ୍ଛାପଡା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଦୁଇ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ସ୍ଥାନାନ୍ତରଣ କରିଥିଲେ । ଯାହା ମଧ୍ୟରୁ ପରବର୍ତ୍ତୀ ମୁହୂର୍ତ୍ତରେ ବିଶ୍ୱମ୍ବର କହଁରଙ୍କ ଡାକ୍ତରଖାନାରେ ମୃତୁ୍ୟ ଘଟିଥିଲା । ଏଥିସହ ଗୋଛାପଡା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।