ବାଳିକା ବିଦ୍ୟାଳୟର ବାର୍ଷିକୋତ୍ସବ
ଫିରିଙ୍ଗିଆ/କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟ ଠାରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନେଡିପଦରରେ ପ୍ରଥମ ବାର୍ଷିକି ପି.ଏମ୍ ଉସôବ ଅନୁଷ୍ଠିତ ହୋଇଛି । ଏହି ବିଦ୍ୟାଳୟ ଟିପିଏମ୍ ଶ୍ରୀ ଯୋଜନାରେ ସାମିଲ ହେବାପରେ ପ୍ରଥମ ଥର ପାଇଁ ଏହି ବାର୍ଷିକ ଉସôବ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ପାଢ଼ିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଧୂପ ଦୀପ ପ୍ରଜ୍ୱଳନ ସହ ଉଦ୍ଘାଟନ କରିବା ସହ ଏହି ବିଦ୍ୟାଳୟକୁ ପି.ଏମ୍ ଶ୍ରୀ ଯୋଜନାରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ସହ ଉଚ୍ଚÿ ଆଶା ରଖି ପାଠ ପଢିଲେ ଦିନେ ନା ଦିନେ ସଫଳ ହେବେ ବୋଲି ଉଦ୍ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ,ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ନବଘନ ସାହୁ, ଫିରିଙ୍ଗିଆ ସାଧନ ସଂଯୋଜକ ରାଜେଶ କୁମାର ନାୟକ, ଡିଣ୍ଡିରା ଗାଁ ଦିଲ୍ଲୀପ କୁମାର ପାଣିଗ୍ରାହୀ, ସାଂସଦ ଙ୍କ ଶିକ୍ଷା ପ୍ରତିନିଧି କଂସ ଦେବ ସାହୁ,ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ସମାଜଶେବି ସଞ୍ଜୟ କୁମାର ଦିଗାଳ, ଗୋଛାପଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ କୁମାର ସାହୁ, ଫିରିଙ୍ଗିଆ ଉଚ୍ଚ ÿମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାସ ସିଂ, ବିଜେପି କର୍ମୀ ସଞ୍ଜିତ ମଣ୍ଡଳ ଓ ଅଞ୍ଚÿଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡା.ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଯୋଜନାର ସଫଳ ରୂପାୟନ କିଭଳି ହୋଇପାରିବ ଓ ଏହି ଯୋଜନାକୁ ସଫଳ କରିବାରେ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା କଣ ରହିବା ଦରକାର ସେବିଷୟରେ ବକ୍ତବ୍ୟ ରଖିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ପି.ଏମ୍ ଶ୍ରୀ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।