କାମରେ ଲାଗୁନି ସ୍ଲୁଇସ ଗେଟ୍
ଚାନ୍ଦବାଲିରୁ ଅଭୟ ମହାକୁଡ଼
ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ସମସ୍ତ ସରକାରୀ ସୁଭିଧା ଯୋଗାଇ ଦେଉଥିବା ବେଳେ ନୂତନ ସରକାରଙ୍କ ଦୃଷ୍ଟି ଆଡୁ ଆଳରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତର ମନ୍ତେଇ ନଦୀର ଶାଖା ନୂଅନଦୀରେ ଥିବା ସ୍ଲୁଇସଗେଟ । ଏହି ଶାଖା ବା ନୂଆ ନଦୀ ଉପରେ ୧୦ହଜାରରୁ ଅଧିକ ଚାଷୀ ମାନଙ୍କ ବିକାଶ ପାଇଁ ମିଠା ଜଳ ସେଚନ ବ୍ୟବସ୍ତା ପାଇଁ ନିର୍ମାଣ ହେଇଥିବା ସ୍ଲୁଇସ ଗେଟ ବର୍ଷା-ବନ୍ୟା ପରେ ଚାଷୀଙ୍କ ପାଇଁ ଏହାର କୌଣସି ଉପକାର ହେଉନାହିଁ । ଗତ କିଛିବର୍ଷ ଧରି ଏହି ଗେଟ ଚାଲୁ କରିବାରେ ଅବହେଳା ଯୋଗୁଁ ଏହା ଭାଙ୍ଗି ଗଲାଣି । ରକ୍ଷାବେଷଣର ଅଭାବ ଏବଂ ପ୍ରଶାସନୀୟ ଅନୁଦାନର ବିଳମ୍ବ ଫଳରେ ୧୦ହଜାରରୁ ଅଧିକ ଚାଷୀ ମିଠା ଜଳରୁ ବଞ୍ଚିତ ହେଉଛନ୍ତି । ସ୍ଥାନୀୟ ଚାଷୀମାନଙ୍କ କହିବା ଅନୁସାରେ, ପ୍ରକଳ୍ପର ଲକ୍ଷ୍ୟ ଥିଲା ଖରାଦିନେ ମନ୍ତେଇନଦୀର ଲୁଣାଜଳ ଅନୁପ୍ରବେଶ ରୋକି, କ୍ଷେତରେ ସିଂଚାଇ ପାଇଁ ମିଠାଜଳ ସଂରକ୍ଷଣ । କିନ୍ତୁ ସ୍ଲୁଇସଗେଟ କବାଟ ଏବେ ଭାଙ୍ଗି ଗଲାଣ । ମିଠା ଜଳ ସଞ୍ଜୟ କରିବାରେ ସମ୍ପୂର୍ଣ୍ଣ ର୍ବିଫଳ । ମରାମତି ପାଇଁ ଅନୁଦାନ ମିଳୁନଥିବାରୁ ଏହା ବ୍ୟବହାରଯୋଗ୍ୟ ରହିନାହିଁ । ଗତ ବର୍ଷାରେ ବନ୍ୟା ପରେ ମନ୍ତେଇର ଲୁଣା ଜଳ କ୍ଷେତରେ ପ୍ରବେଶ କରିଥିବାରୁ ମାଟିରେ ଲୁଣିଆସ୍ୱାଦ ବଢିଛି । ଫଳରେ ଧାନ, ସବୁଜ ଶାକଭାଜି ଓ ଅନ୍ୟାନ୍ୟ ଚାଷରେ ନୁକସାନ ହେଉଛି । ବର୍ତ୍ତମାନ ଚାଷୀର ରୁଆ ନଷ୍ଟ ହେବାକୁ ବସିଲାଣି ।ଯାହା ଫଳରେ ଚାଷୀ ଅଧିକ ଖର୍ଚ୍ଚ ଓ ଶ୍ରମ ଲାଗୁଛି । ସୁଇଜଗେଟକୁ ତୁରନ୍ତ ମରାମତି କରି ସଠିକ୍ ସମୟରେ ପରିଚାଳନା କଲେ କ୍ଷେତରେ ପ୍ରଚୁର ମିଠାଜଳ ସଂରକ୍ଷଣ ସମ୍ଭବ ହେବ । ହଜାରହଜାର ଚାଷୀ ସିଚାଇ ସୁବିଧା ପାଇପାରିବେ । ସେଥିପାଇଁ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ସ୍ଥାନୀୟ ଜନତା ଓ କୃଷକ ସଂଘ ଗୁଡ଼ିକ ଦାବି କରିଛନ୍ତି ।