ମଦ ଜବତ, ୩ ଗିରଫ

ମଦ ଜବତ, ୩ ଗିରଫ

ବେତନଟୀ:  ଅବକାରୀ ବିଭାଗ ଅଧୀନ ବେତନଟୀ ଅଞ୍ଚଳରେ ଚଢାଉ କରି ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଅବକାରୀ ବିଭାଗ । ଅଭିଯୁକ୍ତମାନେ ହେଲେ ବେତନଟୀ ଥାନା ଅଧୀନ ନୂଆଗାଁ ଗ୍ରାମର ମାଳତୀ ହାଁସଦା, ଡମ୍ବରୁଧର ବିନ୍ଧାଣୀ ଏବଂ ପୁରୁଣାପାଣି ଗ୍ରାମର ରଘୁନାଥ ଟୁଡୁ ବୋଲି ଜଣାପଡିଛି । ଚଢ଼ାଉ ସମୟରେ ତିନି ଜଣଙ୍କ ପାଖରୁ ମୋଟ ଲିଟର ୪୧ ଲିଟର ଦେଶୀ ମଦ ଜବତ କରାଯାଇଛି । ବେତନଟୀ ଅବକାରୀ ଅଧିକାରୀ ପ୍ରକାଶ ସାହୁଙ୍କ ସହ ଅବକାରୀ ବିଭାଗର କର୍ମଚାରୀମାନେ ଏହି ଚଢାଉରେ ଉପସ୍ଥିତ ଥିଲେ ।