କାମାକ୍ଷା ଏକ୍ସପ୍ରେସ୍ ଲାଇନଚୁ୍ୟତ: ଯାତ୍ରୀ ଆହତ
କାମାକ୍ଷା ଏକ୍ସପ୍ରେସରେ ୧୧ଟି ବଗି ଲାଇନଚୁ୍ୟତ ହୋଇଛି । ପୂର୍ବତଟ ରେଲୱେ ପକ୍ଷରୁ ଏହି ସୂଚନା ମିଳିଛି । ମଙ୍ଗୁଳି ନିକଟସ୍ଥ ନିର୍ଗୁଣ୍ଡିରେ ଏହି ଟ୍ରେନର ୧୧ଟି ବଗି ଏକାଥରେ ଲାଇନ୍ଚୁ୍ୟତ ହୋଇଛି । ଯାହା ଫଳରେ ଟ୍ରେନଟି ଅଟକି ରହିଥିଲା । ଯାହାପରେ ଯାତ୍ରୀମାନେ ସେଥିରୁ ବାହାରି ଆସି ଅପେକ୍ଷାରତ ଅଛନ୍ତି । ୧୧ଟା ୫୪ମିନିଟରେ ବଗି ଲାଇନ୍ଚୁ୍ୟତ ହୋଇଥିଲା । କେତେ ଜଣ ଯାତ୍ରୀ ଆହତ ହୋଇଛନ୍ତି ତାହା ଅସ୍ପଷ୍ଟ ରହିଛି । ଅନେକ ଯାତ୍ରୀ ହନ୍ତସନ୍ତ ହେଉଥିବା ସୂଚନା ରହିଛି । ଏହାଛଡା କିଛି ଯାତ୍ରୀ ଗୁରୁତର ଭାବେ ଆହି ହୋଇଛନ୍ତି ।