କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନ୍ଚ୍ୟୁତ
କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଛି। ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସରେ ଏହି ଅଘଟଣ ଘଟିଛି। ଏନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି। କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି। ପ୍ରବଳ ଖରା ହେଉଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ବିକଳ୍ପ ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି। ଏକ୍ସପ୍ରେସ ଲାଇନ୍ଚ୍ୟୁତ ହେବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ଘଟଣାସ୍ଥଳରେ ରେଳବାହିନୀ ଟିମ୍ ପହଞ୍ଚିଥିବା ଜଣାପଡ଼ିଛି। ଆର୍ପିଏଫ୍ ଏବଂ ଜିଆର୍ପିଏଫ୍ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କରୁଥିବା ଜଣାପଡ଼ିଛି। କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ଘଟଣାସ୍ଥଳରେ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ହେଲେ ଟ୍ରେନ୍ କିପରି ଲାଇନଚ୍ୟୁତ ହେଲା ତାହାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଏନେଇ ଅଧିକ ଅପଡେଟ୍ର ଅପେକ୍ଷା କରାଯାଇଛି।