ଡ୍ରିଲିଂ ବନ୍ଦ ନେଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା 

 ତାଳଚେର:  ଡ୍ରିଲିଂକୁ ବିରୋଧ କରିବା ସହ ଧରମପୁର ଗ୍ରାମବାସୀମାନେ ତାଳଚେର ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି  । ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ଗ୍ରାମରେ ରୁଙ୍ଗଟା ସନସ ପ୍ରାଇଭେଟ୍ କମ୍ପାନୀ ଦ୍ୱାରା ଟେଣ୍ଡରରେ ପାଇ ବୋର୍ୱେଲ୍ ସର୍ଭେ ଓ ଡ୍ରିଲିଂ ନିମନ୍ତେ କାର୍ତ୍ତିକେୟ ଡ୍ରିଲିଂ କମ୍ପାନୀ ଧରମପୁରର କିଛି ଲୋକଙ୍କୁ ନେଇ ଏକ ବୈଠକ କରି ବୋରିଂ କାମ କରିବାକୁ ଚାହୁଁଥିଲା  । କିନ୍ତୁ ଧରମପୁର ଗ୍ରାମବାସୀମାନେ ତାଙ୍କର ଜମିକୁ ପ୍ରାଇଭେଟ୍ କମ୍ପାନୀକୁ ନଦେବା ନେଇ ବିରୋଧ କରିଛନ୍ତି  । ଡ୍ରିଲିଂକୁ ବିରୋଧ କରିବା ପରେ ଉପଜିଲ୍ଲାପାଳଙ୍କ ଦ୍ୱାରା ଗ୍ରାମବାସୀମାନଙ୍କୁ ଆଜି ବୈଠକ ଡକାଯାଇଥିଲା  । ଏହି ବୈଠକରେ ଉପଜିଲ୍ଲାପାଳ, ଡ୍ରିଲିଂ କମ୍ପାନୀ ତଥା ଧରମପୁର ଗ୍ରାମର ଲୋକମାନଙ୍କ ମିଳିତ ଉପସ୍ଥିତିରେ ଏକ ଆଲୋଚନା କରଯାଇଥିଲା  । ଆଲୋଚନା ପରେ ଉପଜିଲ୍ଲାପାଳ ନିଜେ ଦୁଇଟି ପଞ୍ଚାୟତ ଅର୍ଥାତ୍ ଧରମପୁର ଓ କଙ୍କିଳି ବାସୀଙ୍କ ଉପସ୍ଥିତିରେ ଡ୍ରିଲିଂ କମ୍ପାନୀ ସହ କଥା ହେବା ପରେ ଯଦି ସମସ୍ତେ ରାଜି ହେବେ ତେବେ ଡ୍ରିଲିଂ ହେବ ନଚେତ୍ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।