ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ଉପଚାର

 ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ଼ର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ମଞ୍ଜୁରୀରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡାକ୍ତର ଦେବାଶିଷ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ମଞ୍ଜୁରୀରୋଡ଼ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ନାଗରିକ, ବ୍ୟବସାୟୀ ମାନେ ଯୋଗ ଦେଇ ଯୋଗ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ସାହୁ, ଯୋଗ ପ୍ରଶିକ୍ଷିକା ପ୍ରୀତି ନିବେଦିତା ଜେନା ଯୋଗର ଉପକାରିତା ସହ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଫାର୍ମାସିଷ୍ଟ ପ୍ରଣତି ପହି, କର୍ମଚାରୀ ରୁନୁବାଳା ମହାପାତ୍ର, ପ୍ରଶାନ୍ତ ବାରିକ,ଶ୍ରୀଧର ଜେନା, ବିକାଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି  ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣମୁଖୀ ମଣ୍ଡଳ ଶାଖା ପକ୍ଷରୁ ରାଜେନ୍ଦ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଯୋଗ ଦିବସ ପାଳନ କରାଯାଇଥିଲା । ଯୋଗଗୁରୁ ଶ୍ରୀପତି ମୁନି, ପ୍ରକାଶ ମହାପାତ୍ର, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତପନ କୁମାର ସାହୁ, ବିଜେପି ଜିଲା ସମ୍ପାଦକ ତପସ୍ୱିନୀ ମହାପାତ୍ର, ମଣ୍ଡଳ ସଭାପତି ପ୍ରଣବ ରାଉତ, କୈଳାସ ସାହୁ, ତରଣୀସେନ ପଣ୍ଡା, ପ୍ରଦୀପ ପାଢ଼ୀ, ଗୋପିନାଥ କର ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଯୋଗ ଦିବସ ପାଳନ କରାଯାଇଥିଲା । ଶିବମୁନି ଯୋଗାଶ୍ରମଠାରେ ସଭାପତି ଶ୍ରୀପତି ମୁନିଙ୍କ ସଂଯୋଜନାରେ ଯୋଗ ଦିବସ ପାଳନ କରାଯାଇଥିଲା । ସେହିପରି ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜତୀୟ ଯୋଗ ଦିବସ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ଅନନ୍ତ କିଶୋର ମହାପାତ୍ର ମୁଖ୍ୟ ଅତିଥି, ଯୋଗ ପ୍ରଶିକ୍ଷକ ଦିଲ୍ଲିପ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୋଗର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ହରିହର ସାହୁ, କୃପାସିନ୍ଧୁ ସେଠୀ, ମମିତାରାଣୀ ନାୟକ, ଜାତୀୟ ସେବା ଯୋଜନା ଅଧିକାରୀ ଗୀତାଞ୍ଜଳୀ ଦାସ ବକ୍ତବ୍ୟ ରଖିଥିଲେ । ସୁଧିର କୁମାର ଶେଣ୍ଢ, ଗୀତାଞ୍ଜଳୀ ମହାନ୍ତି, ଭୀମଚରଣ ସ୍ୱାଇଁ ପ୍ରମୁଖ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମୀର କୁମାର ଚୌଧୁରୀଙ୍କ ନେତୃତ୍ୱରେ ଯୋଗ ଅନୁଷ୍ଠିତ ହୋଇଥିଲା ।
ଭଦ୍ରକ: ଭଦ୍ରକ ଜିଲ୍ଲା ନ୍ୟାୟାଳୟ ପରିସର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦୌରାଜଜ୍, ଭଦ୍ରକ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଅଧ୍ୟକ୍ଷତା  କରିଥିଲେ । ଏହି ଅବସରରେ ଜିଲ୍ଲା ଓ ଦୌରାଜଜ ସଂଗ୍ରାମ କେଶରୀ ପଟ୍ଟନାୟକ, ବି·ରପତି ପରିବାର ଅଦାଲତ ଅରବିନ୍ଦ ରଥ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏବଂ ସ୍ୱତନ୍ତ୍ର ଜଜ୍ ପ୍ରଭାତ କୁମାର ରାଜଗୁରୁ, ଦୌରାଜଜ୍-ତଥା-ସ୍ୱତନ୍ତ୍ର ବି·ରପତି (ପୋକ୍ସୋ) ବିକାଶ ଚନ୍ଦ୍ର ଦେ, ଚିନ୍ମୟୀ ପଣ୍ଡା, ପୁଣ୍ୟଶ୍ଳୋକ ରଥ, ଶ୍ରୀମତୀ ଶିବାନୀ, ଅରୋଲିପି ପରିଜା, ସ୍ୱଜାଲି ମହାନ୍ତି, ଉମାକାନ୍ତ ବେହେରା, ସୁବାସିନୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ଯୋଗ ଦିବସ ନିମିତ୍ ସଚେତନତା କାର୍ଯ୍ୟକ୍ରମ ଶିଶୁଯତ୍ନ ଗୃହ, ଓଡ଼ିଶା ବଳାଳାଶ୍ରମ, ଗରଦପୁର, ଭଦ୍ରକ, ସ୍ୱୟଂ ସହାୟକ ଗୋଷ୍ଠୀ, କାଦବରାଙ୍ଗ, ବନ୍ତ ବ୍ଲକ, ପ୍ୟାନେଲ ଓକିଲ, ପାରାଲିଗାଲରେ ପାଳିତ ହୋଇଯାଇଛି । ସେହିପରି ସାଂସଦ ଅଭିମନୁ୍ୟ ସେଠୀଙ୍କ ଉପସ୍ଥିତିରେ ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍, ବାଗୁରାଇ ଠାରେ ଯେଗ ଦିବସ ଅନୁଷ୍ଟିତ ହୋଇଯାଇଅଛି । ଏଥିରେ ଜିଲ୍ଲାପାଳ ଦିଲିପ୍ ରାଉତରାଏଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ସରୋଜ ଦତ୍ତ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ୟାମଳ ରାୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ,ସୁଧିପ ସାହୁ, ରମେଶ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ଯୋଗ ଶିକ୍ଷକ, ବୁଦ୍ଧିଜୀବି ମାନେ ବହୁ ସଂଖ୍ୟାରେ ଭାଗ ନେଇଥିଲେ ।