ବାଲିଘାଟ ହତ୍ୟା ଘଟଣା : ଅଭିଯୁକ୍ତ କୋର୍ଟଚାଲାଣ

 ଯାଜପୁର ଟାଉନ : ବାଲିଘାଟ ହତ୍ୟା ଘଟଣାରେ ଅନ୍ୟତମ ଅଭିଯୁକ୍ତ ପ୍ରକାଶ ମଲିକଙ୍କୁ ସଦର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗତ ମଇ ମାସ୨୭ତାରିଖରେ ଖରସ୍ରୋତା ନଦୀ କଚେରୀ ଗାଁ ବାଲିଘାଟରେ ବାଲି ଉତ୍ତୋଳନକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ବିଜେପି କର୍ମୀ ତପନ ଲେଙ୍କାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତୁ୍ୟ ଘଟିଥିଲା । ଘଟଣାରେ ପୁଲିସ ପ୍ରଥମେ ଚନ୍ଦନ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଯାହାକୁ ନେଇପ୍ରତିବାଦ କରି ବିଜେପି, ସ୍ଥାନୀୟ ଗ୍ରାମବାସୀ ସଦର ଥାନା ଘେରାଉ କରିଥିଲେ । ବରିଷ୍ଠ ବିଜେପି ନେତା ଗୌତମ ରାୟଙ୍କ ନେତୃତ୍ୱରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା ସଦର ଥାନାରେ ପହଞ୍ଚô ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତିକଣ୍ଠ କାନୁନଗୋଙ୍କ ସହିତ ଆଲୋଚନା କରିଥିଲେ ।