କାର୍ ସହ ବାଇକ୍ ଧକ୍କା, ୪ ଆହତ 

ହିଞ୍ଜିଳିକାଟୁ : ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ବୁଧବାର ବିଳମ୍ୱିତ ରାତିରେ କାର୍ (ଓଡି୦୨ ବିଡି ୦୦୪୦) ସହ ଏକ ମୋଟର ସାଇକେଲ (ଓଆର୦୭ ଜେଡ୍ ୬୯୩୮) ମୁହାଁ ମୁହିଁ ଧକ୍କା ହେବା ଫଳରେ ୪ ଜଣ ଆହତ ହୋଇଛନ୍ତି । 
ଆହତ ମାନେ ହେଲେ କାର୍ ଚାଳକ ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ପି. ଗଣେଶ (୩୩), ବାଇକ୍ ଚାଳକ ପାଟପୁର ଥାନା କଉଡିଆ ଗ୍ରାମର ରାଜେଶ ଦଳାଇ (୨୭), ସାଥି ରୁଦ୍ର ପ୍ରଧାନ (୨୬) ଓ ଦିପକ ପରିଡା (୨୪)  । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ରାଜେଶ ଓ ଦିପକଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି ସୂଚନା ଦେଇଛନ୍ତି । ପ୍ରକାଶ ଥାଉଯେ, ବୁଧବାର ବିଳମ୍ୱିତ ରାତିରେ ବ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ଏକ କାର୍ ସହ ବିପରୀତ ଦିଗରେ ଯାଉଥିବା ମୋଟର ସାଇକେଲ ସହ ଧକ୍କା ଘଟିଥିଲା ।