ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ 

 ନୀଳଗିରି : କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ (ଏମ) ନୀଳଗିରି ଆଂଚଳିକ କମିଟି ତରଫରୁ ନୀଳଗିରି ଦୂର୍ଗା ମଣ୍ଡପ ଛକରେ, ନାରାୟଣ ଧମୁଡ଼ିଆଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି  । ଆନ୍ତର୍ଜାତିକ ବଜାର ରେ ତେଲ ଦର କମୁଥିବା  ବେଳେ, କେନ୍ଦ୍ର ସରକାର ଭାରତରେ ଗ୍ୟାସ ଦର ବୃଦ୍ଧି କରିବା ଏକ ଲଜ୍ଜ୍ୟା ଜନକ ଘଟଣା ବୋଲି ମତ ରଖିଛନ୍ତି । ବର୍ତ୍ତମାନ ଦେଶର ଲୋକ ମାନେ ପ୍ରତିକୂଳ ପରିସ୍ଥିତି ରେ ଥିବା ବେଳେ, ସରକାର ଦର ବୃଦ୍ଧି କରିବା ଠିକ୍ ହୋଇ ନାହିଁ  । ଏହା କୁ ଯାଥା ଶୀଘ୍ର ପ୍ରତ୍ୟାହାର ପାଇଁ ଦଳ ତରଫରୁ ଦାବି କରାଯାଇଛି  । ସମ୍ପାଦକ ବିଜୟ କୁମାର ପାତ୍ର ରାମ ନବମୀ ରେ ସରକାରଙ୍କ ତରଫରୁ ଲୋକଙ୍କୁ ଗ୍ୟାସ ଦର ବଢ଼ାଇବା ଉପହାର ବୋଲି ଉପହାସ କରିଥିଲେ  । ଜିଲ୍ଲା କମିଟି ସତ୍ୟଜିତ ଦାସ, ମୃତୁ୍ୟଞ୍ଜୟ ନାୟକ, ହେମେନ୍ଦ୍ର ସେଠି, କାଳିଆ ପାତ୍ର, ପରମାନନ୍ଦ ବେହେରା, ଅଜୟ ମହାପାତ୍ର ଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ ।