ଶ୍ରୀଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ବୈଠକ

 ତାଳଚେର: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ତାଳଚେର ଗସ୍ତ ସ୍ଥଗିତ ହେବା ପରେ ତାଳଚେର ଦେଉଳବେଡା ଠାରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀଜୀଙ୍କର ସ୍ୱାସ୍ଥ୍ୟବସ୍ଥା ପାଇଁ ବୈଠକରେ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ସଂଯୋଜକ ପର୍ଶୁରାମ ବାରିକଙ୍କର ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପାଧ୍ୟାକ୍ଷ ବରୁଣ କୁମାର ସାହୁ ଆସନ୍ତା ଜାନୁଆରୀ ଆଠ ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଗୁରୁଜୀଙ୍କୁ ଦର୍ଶନ କରି କୃପାଲାଭ କରିବା ସହ ଆଗାମୀ ସମୟରେ ତାଳଚେର ଆଗମନ କାର୍ଯ୍ୟକ୍ରମ ତଥା ହିନ୍ଦୁରାଷ୍ଟ ମହାଧିବେଶନ ସମ୍ପର୍କରେ ଅବଗତ କରାଇ ସମୟ ଧାର୍ଯ୍ୟ କରିବା ପାଇଁ ନିବେଦନ କରିବା ଉପରେ ପ୍ରସ୍ତାବ ରଖିଥିଲେ । ପ୍ରସ୍ତାବକୁ ସ୍ୱାଗତ କରି ଆସନ୍ତା ଜାନୁଆରୀ ଆଠ ତାରିଖରେ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ କମିଟିର ୫୦୦ରୁ ଊଦ୍ଧ୍ୱର୍ କାର୍ଯ୍ୟକର୍ତ୍ତା ପୁରୀ ଯିବାକୁ ନିଷ୍ପତ୍ତି ହୋଇଛି । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବୃନ୍ଦାବନ ବେହେରା, ବିଜୟ କୁମାର ସାହୁ, ମଦନ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁ, ଜ୍ୟୋତିର୍ମୟ ରଥ, ମାୟାଧର ସାହୁ, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ରନ ବିଶୋଇ, ଉଚ୍ଛନ ପଟ୍ଟନାୟକ, ରଂଜିତ ମହାପାତ୍ର, ବିନୋଦ ଲାଲ, ଅଭୟ ପାଣି, ବବଲୁ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ବିଜୟ ନାଏକ, ନରେଶ ବେହେରା, ମିଲୁ ସାହୁ, କ୍ଷୀରୋଦ ପାଲ, ବିନ୍ଦା ସିଂହଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।