କାର୍ଯ୍ୟାଦେଶ ସ୍ଥଗିତ ପରେ ବି ବିଲ୍ ହଡପ ଉଦ୍ୟମ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ବାତ୍ୟା ‘ଦାନା’ର ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକ ପ୍ରଶାସନ ପ୍ରଦାନ କରିଥିବା କ୍ଷୟକ୍ଷତି ରିପୋର୍ଟ ତ୍ରୁଟିପୂର୍ଣ୍ଣ ଦର୍ଶାଇ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧିମାନେ ପଞ୍ଚାୟତିରାଜ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଲିଖିତ ଭାବେ ଜଣାଇବା ସହ ଉଚ୍ଚ ଅଦାଲତର ଆଶ୍ରୟ ନେଇଥିଲେ । ଉଚ୍ଚ ଅଦାଲତର ରାୟର ନକଲ ଗତ ଗୁରୁବାର ସନ୍ଧ୍ୟାରେ ମେଲ ଯୋଗେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚôବା ମାତ୍ରେ ଚାଲିଥିବା କାର୍ଯ୍ୟ ପାଇଁ ଖଇରା ପଞ୍ଚାୟତ ଭଳି ବହୁ ପଞ୍ଚାୟତରେ ରାତି ଅଧିଆ ରାସ୍ତା ମାପ କରି ବିଲ ହଡପ ପାଇଁ ଉଦ୍ୟମ କରୁଛନ୍ତି । ଏଭଳି ଜାଲିଆତିରେ ସଂପୃକ୍ତ ଯନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବହୁ ପଞ୍ଚାୟତର ଲୋକପ୍ରତିନିଧିମାନେ ଦାବି କରିଛନ୍ତି । 
ଖଇରା ବ୍ଲକରେ ବାତ୍ୟା ଦାନାରେ କ୍ଷୟକ୍ଷତି ହେବା ପରେ ଲୋକପ୍ରତିନିଧିଙ୍କ ଜରିଆରେ ରିପୋର୍ଟ ଅଣାଯାଇଥିଲା । ଏବଂ ବ୍ଲକ ପ୍ରଶାସନର ରିପୋର୍ଟ ଆଧାରରେ ଖଇରା ବ୍ଲକକୁ ୧୦କୋଟି ୩୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ଅନୁମାଦିତ ଚିଠାରୁ ବହୁ ଲୋକପ୍ରତିନିଧିଙ୍କ ପ୍ରକଳ୍ପ ଉଭାନ ହୋଇଯିବା ଓ ପ୍ରକଳ୍ପ ଚୟନରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯିବା ନେଇ ଶ୍ୟାମସୁନ୍ଦରପୁର, ଖଇରା, ଜଳଦା ଭଳି ପଞ୍ଚାୟତର ଲୋକପ୍ରତିନିଧି ଅଭିଯୋଗ ଆଣିଥିଲେ । ଯାହାଫଳରେ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ବାସନ୍ତୀ ମହାନ୍ତି, ଗୀତାଞ୍ଜଳୀ ବେହେରା, ରବିନ୍ଦ୍ର କୁମାର ସେଠୀ, ଗୀତାଞ୍ଜଳୀ ଜେନା, ମଦନମୋହନ ସାନ୍ତରା,ବନୀତା ପ୍ରଧାନ, ଦମୟନ୍ତି ସିଂ, ଜୟନ୍ତୀ ପତି, ସସ୍ମିତା ଧିନ୍ଦା, ଭାନୁପ୍ରିୟା ସାହୁ, ନଳିନୀ କୁମାର ସାହୁ,ସଂଯୁକ୍ତା ମହାପାତ୍ର, ନର୍ମଦା ଦେଓ ପ୍ରମୁଖ ପଞ୍ଚାୟତିରାଜ  ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ଲେଖି ପ୍ରକଳ୍ପ ସଂଶୋଧନ ପାଇଁ ଦାବି କରିଥିଲେ । ଏଥିସହ କିଛି ଲୋକପ୍ରତିନିଧି ଉଚ୍ଚ ଅଦାଲତର ଆଶ୍ରୟ ମଧ୍ୟ ନେଇଥିଲେ । ଅଦାଲତ ଉକ୍ତ ମାମଲା(ଡବ୍ଲୁ୍ୟପି(ସି)ନଂ୧୨୫୬ର ବିଚାର କରି ପ୍ରକାଶ କରିଥିବା ରାୟରେ ୪ସପ୍ତାହ ମଧ୍ୟରେ ଉକ୍ତ ମାମଲା ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ସ୍ଥଗିତ ରଖିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏଭଳି ନିଦେ୍ର୍ଦଶ ପ୍ରସାର ହେବା ପୂର୍ବରୁ ଗୁରୁବାର ରାତିରେ ଖଇରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିନା ସୂଚନା ଫଳକରେ ଚାଲିଥିବା କଂକ୍ରିଟ ରୋଡ ମାପ ପାଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଗ୍ରାମରେ ପହଞ୍ଚôବା ପରେ ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଥିଲେ । ବିଡମ୍ବନାର ବିଷୟ ଯେ ଏହି ୧୦କୋଟି ଅର୍ଥ ମରାମତି ପାଇଁ ଏନଡିଆରଏଫ ଗାଇଡଲାଇନ ରହିଥିବା ବେଳେ ଏହି ଅର୍ଥ ନୂତନ ପ୍ରକଳ୍ପ ନିର୍ମାଣରେ ବ୍ୟବହୃତ ହୋଇଛି । ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ଉତ୍ତମ କୁମାର ସାହୁଙ୍କୁ ଯୋଗାଯୋଗ କରିବା ପରେ କୋର୍ଟ ଆଦେଶ ପହଞ୍ଚôବା ପରେ କୌଣସି ବିଲ କରାଯାଇନଥିବା କହିଛନ୍ତି ।