କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା
ନୀଳଗିରି: ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନ ବାଉଁଶବଣିଆ ପଞ୍ଚାୟତର ପାଟପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବ ଆରମ୍ଭରେ ଚାରୋଟି ପ୍ରକୋଷ୍ଠ ଯଥା ସକ୍ଷରତା ପ୍ରକୋଷ, ସଂଖ୍ୟା ଜ୍ଞାନ ପ୍ରକୋଷ୍ଠ, ସୃଜନୀଶିଳତା ପ୍ରକୋଷ୍ଠ, ଅଭିଭାଭବ ମତାମତ ପ୍ରକୋଷ୍ଠକୁ ଉପସ୍ଥିତ ଅତିଥି ଏବଂ ବୁଦ୍ଧିଜୀବୀ ପରିଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସରପଞ୍ଚ ନିରଞ୍ଜନ ବାରିକ, ମୁଖ୍ୟବକ୍ତା ସାନପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ମଲିକ, ସିଆରସିସି କୃଷ୍ଣଚନ୍ଦ୍ର ରାଉଳ, ବାଲିଓରା ୟୁଜି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଗଣେଶ୍ୱର ପାତ୍ର, ଏସଏମସି ସଭାପତି ତପନ କୁମାର ମିଶ୍ର ମଞ୍ଚାସୀନ ରହି ଉଦ୍ବୋଧନ ଦେଇଥିଲେ । ସିଆରସିସି ଶ୍ରୀଯୁକ୍ତ ରାଉଳ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦେ୍ଦଶ୍ୟ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ୮୦ଜଣରୁ ଊଦ୍ଧ୍ୱର୍ କୃତି ଛାତ୍ରଛାତ୍ରୀମାନଙ୍କ ସହିତ ବାର ଜଣ ଏଫଏଲଏନ ଶିକ୍ଷକମାନଙ୍କୁ ସମ୍ମାନିତ କରିଥିଲେ । ଶିକ୍ଷକ କରୁଣାକର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅନିଲ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ପଞ୍ଚାୟତର ୯ଟି ସ୍କୁଲର ୨ ଶହରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।