"ଆସ ବହିଟିଏ କିଣିବା' ଅଭିଯାନ ଅନୁଷ୍ଠିତ
ଯାଜପୁର ଟାଉନ : ଓଡ଼ିଆ ପକ୍ଷ-୨୦୨୫ ପାଳନର ନବମ ଦିବସ ଉପଲକ୍ଷେ ଆଜି ଯାଜପୁର ଜିଲ୍ଲାରେ "ଆସ ବହିଟିଏ କିଣିବା” ଅଭିଯାନ ଦିବସ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଦିନଟି ନିଜେ ବହିଟିଏ କିଣିବା ସହ ଅନ୍ୟ ମାନଙ୍କୁ ବହିକିଣିବା ପାଇଁ ସଚେତନ କରି ଓଡିଆ ପକ୍ଷ ଅଭିଯାନ କୁ ସଫଳ କରିବା ପାଇଁ ଉର୍ଦ୍ଧିଷ୍ଟ ଥିଲା । "ଆସ ବହିଟିଏ କିଣିବା ଅଭିଯାନ"ରେ ବୁଧବାର ଦିନ ଛାତ୍ର ଛାତ୍ରୀମାନଙ୍କୁ ବହିଟିଏ କିଣିବା ଉପରେ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଆୟୁକ୍ତ, ଭୁଲେଖ ଓ ବନେ୍ଦାବସ୍ତ, କଟକ ଅକ୍ଷୟ କୁମାର ମଲ୍ଲିକ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ସଚେତନ କରିଥିଲେ ।