କାହା ସ୍ୱାର୍ଥରେ ୯ ବର୍ଷ ଧରି ଗୋଟିଏ ଥାନାରେ ପୁଲିସ ବାବୁ!

 ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ କାର୍ଯ୍ୟରତ ଥିବା ହାବିଲଦାର ଅତୁଲୁ ଟୁଡୁ ଆଜକୁ ୯ବର୍ଷରୁ ଅଧିକ ସମୟ ଧରି ବଦଳି ହୋଇ ନାହାଁନ୍ତି । ସାଧାରଣତଃ ପୋଲିସ ବିଭାଗରେ ୩ ବର୍ଷରେ ବଦଳି ନିୟମ ଥିବା ସତ୍ତ୍ୱେ, ପୀରହାଟ ଫାଣ୍ଡିରୁ ଥାନା ମାନ୍ୟତା ପାଇବାକୁ ୫ବର୍ଷରୁ ଅଧିକ ବର୍ଷ ବିତି ଯାଇଥିଲେ ମଧ୍ୟଧ୍ୟ ହାବିଲଦାର ଟୁଡୁ ବାବୁ ବଦଳି ହେବାରେ ବିଳମ୍ବ କାହିଁକି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ସ୍ଥାନୀୟ ଓ ବୁଦ୍ଧିଜୀବୀଙ୍କ କହିବା କଥା, ଏକ ସ୍ଥାନରେ ଦୀର୍ଘ ସମୟ ପୋଷ୍ଟିଂ ଥିଲେ ସ୍ଥାନୀୟ ସମ୍ପର୍କ, ପକ୍ଷପାତ ଓ ଅନୈତିକ କାରବାର ବୃଦ୍ଧି ପାଇଥାଏ । କେତେକ ଅଭିଯୋଗ ଅନୁସାରେ, ସେହି ପୁଲିସ କର୍ମଚାରୀ ସ୍ଥାନୀୟ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ଼ କରିଥିବାରୁ, ସାଧାରଣ ଅଭିଯୋଗକାରୀଙ୍କୁ ନ୍ୟାୟ ମିଳିବାରେ ବାଧା ସୃଷ୍ଟି ହେଉଛି । ପୁଲିସ ବିଭାଗରେ ପୋଷ୍ଟିଂ ରୋଟେସନ୍ ସ୍ୱଚ୍ଛତା ପାଇଁ ଆବଶ୍ୟକ । ୯ ବର୍ଷ ଧରି ଏକେ ଥାନାରେ ରହିବା ସର୍ଭିସ୍ ରୁଲ୍ ବିରୁଦ୍ଧ । ଏହା ଫଳରେ ଲୋକଙ୍କ ଭରସା କମୁଛି ଓ ଥାନାର ପ୍ରତିଛବି ଖରାପ ହେଉଛି ।
ସ୍ଥାନୀୟ ଲୋକ, ସାମାଜିକ ସଂଗଠନ ଓ ଯୁବମାନେ ଜିଲ୍ଲା ପୋଲିସ ସୁପରିଟେଣ୍ଡେଣ୍ଟ ଓ ଡିଜିପିଙ୍କୁ ଏହା ନେଇ ପଦକ୍ଷେପ ନେବାକୁ ଲିଖିତ ଅଭିଯୋଗ କରିଛନ୍ତି ।