ମା' ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା
ଜଟଣୀ : ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ଆଠଟାରେ ବ୍ରତଧାରୀ ମହିଳା ପୁରୁଷମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ରାଜପୁଷ୍କରଣୀ ମାଝଣାରୂ ଜଳପୁର୍ଣ୍ଣ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ମନ୍ଦିର ଯଜ୍ଞ ମଣ୍ଡପରେ ସ୍ଥାପନା କରାଯାଇଥିଲା । ପ୍ରତ୍ୟକ ଦିନ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ମାଙ୍କୁ ମହାସ୍ନାନ ପରେ ବେଶ କରାଯିବ । ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଥିଲେ । ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି, ଆରତୀ ଓ ପୁଷ୍ପାଞ୍ଜଳି ଦିଆଯାଇଥିଲା । ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସଭପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲ୍ଡି ମହାନ୍ତି, ଅଶୋକ ଦାସ, ଭାଗିରଥି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହାଣୀ, ଚନ୍ଦ୍ରଶେଖର ପଣ୍ଡା ନିତ୍ୟ ସେବକ ଦିପୁ ପାଲ, ସୁଶାନ୍ତ ସାହୁô, ସାହିଲ ସାହାଣୀ, ବିକାଶ ବେହେରା ସମେତ ଗ୍ରାମବାସୀ ପ୍ରମୁଖ ପରିଚାଳନା କରିଥିଲେ ।