ବୋଲେରୋ ଓଲଟି ୫ ଗୁରୁତର

ବୈଶିଙ୍ଗା : ଭାରସାମ୍ୟ ହରାଇ ଓଲୋଟି ପଡ଼ିଲା ବୋଲେରୋ ଗାଡି  । ବୋଲେରୋ ଗାଡ଼ିରେ ଥିବା ପାଞ୍ଚ ଜଣ ବ୍ୟାକ୍ତି ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ୱରରୁ ବାରିପଦା  ଯାଇଥିବା ୧୮ ନଂ ଜାତୀୟ ରାଜପଥର ବେତନଟୀ ଛକ ନିକଟରେ ଏହିପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗାଡ଼ିରେ ଆଇଓସିଏଲ କମ୍ପାନୀର ପାଞ୍ଚ ଜଣ କର୍ମଚାରୀ ରହିଥିଲେ  । ସେମାନଙ୍କ ମଧ୍ୟରୁ ତିନି ଜଣ ଅଣ ଓଡିଆ ଥିବା ବେଳେ ଅନ୍ୟ ଦୁଇଜଣ ଓଡ଼ିଆ ବ୍ୟାକ୍ତି ରହିଥିଲେ । ବାଲେଶ୍ୱରରୁ ବାରିପଦା ଅଭିମୁଖେ କୈାଣସି କାର୍ଯ୍ୟରେ ଯାଉଥିବା ବେଳେ ଜାତୀୟ ରାଜପଥରେ ଏକ ଗାଇ ସାମ୍ନାକୁ ଆସିଯିବା ହେତୁ ଗାଡ଼ିଟି ଗାଇ କୁରକ୍ଷା କରିବାକୁ ଯାଇ ଓଲୋଟି ପଡ଼ିଥିବା କୁହାଯାଇଛି । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ବେତନଟୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ରାସ୍ତା ଉପରୁ ହଟାଇ ଯାଞ୍ଚ ଆରମ୍ଭ କରିଛି  ।