କାହିଁକି ତଥ୍ୟ ଦେବନି ଯାଜପୁର ଆର୍ଏମସି ? ଜବାବ ଦାଖଲ ପାଇଁ ସୂଚନା କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍
ଯାଜପୁର : ରିଟ୍ ପିଟିସନ ସଂଖ୍ୟା୧୭୯୩୧/୨୦୨୫ର ଶୁଣାଣି କରି ମାନ୍ୟବର ହାଇକୋର୍ଟ ରେଗୁଲେଟେଡ଼୍ ମାର୍କେଟିଙ୍ଗ କମିଟି ଯାଜପୁର କାହିଁକି ସୂଚନା ଅଧିକାର ଆଇନ୍ ଅନୁଯାୟୀ ତଥ୍ୟ ଦେବନାହିଁ । ଏହାର ଜବାବ ଦାଖଲ କରିବାକୁ ସୂଚନା କମିଶନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ଓ କେସ୍ର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୨୮ ତାରିଖ ଧାର୍ଯ୍ୟ କରିଛନ୍ତି । ଶାନ୍ତିଲତା ସାହୁ ନାମକ ଜନୈକା ମହିଳା ଗତ ୨୦୨୨ ମସିହା ଡିସେମ୍ବର ମାସ ୧୨ ତାରିଖରେ ରେଗୁଲେଟେଡ଼୍ ମାର୍କେଟିଙ୍ଗ କମିଟି ବା ଆର୍ଏସ୍ସି ଯାଜପୁରକୁ ତଥ୍ୟ ମାଗିଥିଲେ । ତା୨ା୧ା୨୦୨୩ରିଖରେ ପିଆଇଓ ତଥ୍ୟ ଦେଲେ । କିନ୍ତୁ ତଥ୍ୟ ଅସଂପୂର୍ଣ୍ଣ ଥିବାରୁ ଶ୍ରୀମତୀ ସାହୁ କର୍ତ୍ତୃପକ୍ଷଙ୍କ ଠାରେ ପ୍ରଥମ ଅପିଲ କରିଥିଲେ । ତା.୧୯ା୧ା୨୦୨୩ରିଖରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ତଥ୍ୟ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁପିଆଇଓ କୌଣସି ତଥ୍ୟ ଦେଇନଥିଲେ । ଏହାପରେ ଶ୍ରୀମତୀ ସାହୁ ତା.୧୭ା୨ା୨୦୨୫ରିଖରେ ସୂଚନା କମିଶନରେ ଦ୍ୱିତୀୟ ଅପିଲ କରିଥିଲେ । ତା.୧୫ା୫ା୨୦୨୫ରିଖରେ ସୂଚନା କମିଶନର ଜଗନ୍ନାଥ ରଥ ଦ୍ୱିତୀୟ ଅପିଲ ସଂଖ୍ୟା ୬୬୧/୨୦୨୩ର ଶୁଣାଣି କରିଥିଲେ । ଶୁଣାଣୀ ସମୟରେ ଶାନ୍ତିଲତାଙ୍କ ତରଫରୁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିଦେ୍ର୍ଦଶ ସତ୍ତ୍ୱେ ପିଆଇଓ କିପରି ତଥ୍ୟ ଦେଇନାହାଁନ୍ତି ଅଭିଯୋଗ ଉପସ୍ଥାପନା କରାଯାଇଥିଲା । ଶ୍ରୀମତୀ ସାହୁ ଆରଏମ୍ସି ଯାଜପୁରରେ ·ଲିଥିବା ଦୁର୍ନୀତି, ଅନିୟମିତତା ଓ ବେଆଇନ୍ କାର୍ଯ୍ୟ ସଂପର୍କରେ ତଥ୍ୟ ମାଗିଥିଲେ । ଆରଏମ୍ସି ତରଫରୁ ସେମାନେ ସୂଚନା ଅଧିକାର ଆଇନ୍ର ପରିସରଭୁକ୍ତ ନୁହେଁ ବୋଲି ଦର୍ଶାଯାଇଥିଲା ଯାହାକି ଶାନ୍ତିଲତାଙ୍କ ତରଫରୁ ବିରୋଧ କରାଯାଇଥିଲା । ଶାନ୍ତଲତାଙ୍କ ଓକିଲ ଦର୍ଶାଇଥିଲେ ଯେ ଓଡ଼ିଶା ଏଗ୍ରୀକଲ୍ଚର ପ୍ରଡୁ୍ୟସ୍ ମାର୍କେଟିଙ୍ଗ ଆକ୍ଟ ଅଧିନରେ ଏହି ସଂସ୍ଥାଗଠନ ହୋଇଥିବାରୁ ଉକ୍ତ ସଂସ୍ଥା ସୂଚନା ଆଇନ୍ ଅନୁଯାୟୀ ଏକ ‘ଜନକର୍ତ୍ତୃପକ୍ଷ’ଅଟନ୍ତି । ତେଣୁ ଏହି ସଂସ୍ଥା ସୂଚନା ଆଇନ୍ର ପରିସରଭୁକ୍ତ । ଏହା ଏକ ସମବାୟ ସମିତି ନୁହେଁ । କିନ୍ତୁ ସୂଚନା କମିଶନ ଏହା ଶୁଣିନଥିଲେ । ଯେହେତୁ ସୂଚନା କମିଶନ ଅତୀତରେ ଦୁଇଟି କେସ୍ରେ ଆରଏମ୍ସି ଯାଜପୁର ସୂଚନା ଆଇନର ପରିସରଭୁକ୍ତ ନୁହେଁ ବୋଲି ଦର୍ଶାଇଥିଲେ । ତେଣୁ ଉକ୍ତ ସଂସ୍ଥା ଦେଇପାରିବେ ନାହିଁ ବୋଲି ଦର୍ଶାଇ କେସ୍କୁ ଖାରଜ କରିଥିଲେ । ଏହାପରେ ଶାନ୍ତିଲତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସୂଚନା କମିଶନଙ୍କ ଏପରି ଅର୍ଡ଼ର ଆଇନ ସିଦ୍ଧିନୁହେଁ ଅନୁଭବ କରି ସୂଚନା କମିଶନ ଏବଂ ଆରଏମସି ଯାଜପୁରକୁ ନୋଟିସ୍ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଓଡ଼ିଶ ସାରା ସମସ୍ତ ଆରଏମ୍ସି. ସୂଚନା ଆଇନରେ ତଥ୍ୟ ଦେଉଥିବାବେଳେ କେବଳ ଯାଜପୁର ଆରଏମସି ତଥ୍ୟ ଦେଉନାହିଁ । ବିଜେଡ଼ି ସରକାର ସମୟରେ ଆରଏମସିରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବାରୁ ଖୁଲାସା ହୋଇଯିବା ଭୟରେ ତଥ୍ୟ ଲୁ·ଯାଉଛି ବୋଲି ଶାନ୍ତିଲତା ଅଭିଯୋଗ କରିଛନ୍ତି । ହାଇକୋର୍ଟରେ ଏହି ମାମଲା ଶାନ୍ତିଲତାଙ୍କ ତରଫରୁ ଆଇନଜୀବି ଶ୍ରୀ ଅଖଣ୍ଡ ପରି·ଳନା କରୁଛନ୍ତି ।