ଡଙ୍ଗା ଘାଟରେ ପାଦଚଲା ସେତୁ ନିର୍ମାଣ ପାଇଁ ଦାବି
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ଆନନ୍ଦପୁର ଦଙ୍ଗା ଘାଟରେ ଏକ ପାଦ ଚଲା ସେତୁ ନିର୍ମାଣ ପାଇଁ ଦାବି ଭାରତୀୟ ଜନତା ପାର୍ଟି ପକ୍ଷରୁ କରାାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପାର୍ଟି ଜିଲ୍ଲା ଉପସଭାପତି ନିରାକାର ଦଳେଇଙ୍କ ସଂଯୋଜନାରେ ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, କେନ୍ଦୁଝର ପ୍ରଭାରୀ ରାମଚନ୍ଦ୍ର ସାହୁ, ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ପ୍ରଣୟିନୀ ନାଏକ, ଆନନ୍ଦ କୁମାର ପାଢ଼ୀ, ରଞ୍ଜନ ନାଏକ, ବବିତା ପଣ୍ଡା, ତ୍ରିଲୋଚନ ତ୍ରିପାଠୀ, ସଚିନ ମଲ୍ଲିକ, ସମ୍ବିତ ଦାସ, ଝାଡ଼େଶ୍ୱର ସାହୁ, ହରେକୃଷ୍ଣ ପାତ୍ର, ଗଣେଶ୍ୱର ମହାନ୍ତି, ଅଭିମନୁ୍ୟ ମଲିକ, ସତ୍ୟ ମଲ୍ଲିକ, ମନୋଜ ମଲ୍ଲିକ, ବିଜୟ ବେହେରା, ଗଗନ ବିହାରୀ ସାହୁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ । ସୂଚନା ଥାଉକି ଆନନ୍ଦପୁର ଏବଂ ଘସିପୁରା ସଂଯୋଗୀକରଣ ପାଇଁ ବୈତରଣୀ ନଦୀର ଡ଼ଙ୍ଗାଘାଟ ଉପରେ ଏକ ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲେ ମଧ୍ୟ ଏହାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ମାତ୍ର ୮ ଶହମିଟର ବ୍ୟବଧାନ ପାର ହେବା ପାଇଁ ଦୀର୍ଘ ୬ ରୁ ୭ କିମି ରାସ୍ତା ଅତିକ୍ରାନ୍ତ କରିବାକୁ ପଡୁଛି ।