ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

 ଯାଜପୁର ଟାଉନ: ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଡ଼ଃ ସୁକାନ୍ତିଲତା ସାହୁଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଅତିଥି ଭାବେ ଯାଜପୁର ଜିଲାର ଜିଲାପାଳ ପି.ଅନ୍ୱେଷା ରେଡ୍ଡି ଯୋଗଦେଇ ଛାତ୍ରୀମାନଙ୍କୁ ସମୟାନୁବର୍ତ୍ତିତା ହୋଇ ଅଧ୍ୟୟନରେ ନିଜକୁ ନିୟୋଜିତ କରି ଜୀବନରେ ଆତ୍ମନିର୍ଭରଶୀଳ ହେବା ପାଇଁ ଉତ୍ସାହିତ କରିଥିଲେ । ଉତ୍ସବରେ ଯାଜପୁର ଜିଲାକ୍ରୀଡ଼ା ଅଧିକାରୀ ଫକୀରମୋହନ ଟୁଡ଼ୁ ଏବଂ ବିରଜା ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗୌର ସୁନ୍ଦର ଦାସ ସମ୍ମାନୀତ ଅତିଥିରୂପେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ତୃତୀୟବର୍ଷର ଛାତ୍ରୀ ଅର୍ପିତା ପ୍ରିୟଦର୍ଶନୀ ମିଶ୍ର ସ୍ୱାଗତ ନୃତ୍ୟ ପରିବେଷଣ ସହ ମଂଚ ପରିଚାଳନା କରିଥିଲେ । କ୍ରୀଡ଼ା ଉପସଭାପତି ଡ଼ଃ ମଧୁଲିତା ମହାନ୍ତି ଏବଂ ସାଂସ୍କୃତିକ ଉପସଭାପତି ଅନିତା ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।  ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅଧ୍ୟାପକ ବିଶ୍ୱରଂଜନ ମହାନ୍ତି, ତରଣୀସେନ୍ ଜେନା, ବିଶ୍ୱଜିତ ନାୟକ, ପର୍ଶୁରାମ ନାୟକ, ଅଧ୍ୟାପିକା ସୁଶ୍ରୀ ଦାସ, ଛନ୍ଦା ରାୟ, ଅମ୍ବିକା କର, ଐଶ୍ୱର୍ଯ୍ୟା ରାଉତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ସ୍ୱେଚ୍ଛାସେବୀ ଛାତ୍ରୀମାନେ ବାର୍ଷିକ ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ।