ହାତୀ ଆକ୍ରମଣରେ ଜଣେ ମୃତ
ାା ପ୍ରଭାନୁ୍ୟଜ ।ା ଚମ୍ପୁଆ: ଚମ୍ପୁଆ ବନାଂଚଳ ଅଧିନସ୍ଥ କରିଆ ପଂଚାୟତର କାଟୁଳିକନା ଗ୍ରାମରେ ଆଜି ଅପରାହ୍ନରେ ହାତି ଆକ୍ରମଣରେ ୩୨ ବର୍ଷୀୟ ଯୁବକର ମୃତୁ୍ୟ ହୋଇଯାଇଥିବା ଜଣାଯାଇଛି । ସୂଚନା ଅନୁସାରେ ଦୀର୍ଘ ଦିନ ଧରି ବଣୁଆ ହାତୀ ପଲ ଚମ୍ପୁଆ ଅଂଚଳରେ ଉପଦ୍ରବ ଚଳାଇଥିବା ବେଳେ ଗତ ମଙ୍ଗଳବାର ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଆଜି ହାତୀ ଆକ୍ରମଣ ଦ୍ୱାରା ଯୁବକର ମୃତୁ୍ୟକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କାଟୁଳିକନା ଅଂଚଳର ଜଙ୍ଗଲ ମଧ୍ୟରେ ଥିବା ହାତୀ ପଲ ଅପରାହ୍ନ ୪ଟା ସମୟରେ ବାହାରକୁ ବାହାରିଥିବା ବେଳେ ଜଙ୍ଗଲ ନିକଟସ୍ଥ ବିଲରେ କାମ କରୁଥିବା ଟଙ୍କଧର ନାଏକ ନିଜ ଧାନ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ହାତୀ ତାକୁ ଆକ୍ରମଣ କରିବା ସହିତ କଚାଡି ଦେଇଥିଲା । ତୁରନ୍ତ ସ୍ଥାନୀୟ ଲୋକ ଓ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି ଟଙ୍କଧରକୁ ଚମ୍ପୁଆ ଡାକ୍ତରଖାନା ଆଣିଥିଲେ ମଧ୍ୟ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ବାରମ୍ବାର ଚମ୍ପୁଆ ସେକ୍ସନରେ ହାତୀ ଉପଦ୍ରବ ଦ୍ୱାରା ଧନ ଜୀବନ ନଷ୍ଟ ହେବାରେ ଲାଗିଥିଲେ ହେଁ ବନ ବିଭାଗର ପାରିବା ପଣିଆକୁ ନେଇ ଜଣ ସାଧାରଣ ଆଙ୍ଗୁଳି ନିଦେ୍ର୍ଦଶ କରିଛନ୍ତି । ଏ ନେଇ ଚମ୍ପୁଆ ରେଂଜର ଅକ୍ଷୟ ଛତ୍ରିଆଙ୍କୁ ପଚାରିବାରୁ କହିଛନ୍ତି ଯେ ସରକାରଙ୍କ ନିୟମ ଅନୁସାରେ ମୃତାହା ଟଙ୍କଧରଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।