ଦେଶାନ୍ତର ହେବେ ୨୦ ବାଂଲାଦେଶୀ 

ଭୁବନେଶ୍ୱର : ରାଜ୍ୟରୁ ଖୁବଶୀଘ୍ର ଦେଶାନ୍ତର ହେବାକୁ ଯାଉଛନ୍ତି ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ୨୦ ବାଂଲାଦେଶୀ । ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କର ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୨୧୦୯ ଜଣ ସନ୍ଦିଗ୍ଧକୁ ଯାଞ୍ଚ କରାଯାଇଛି । ସେଥିମଧ୍ୟରୁ ୨୦୨୫ଜଣ ଭାରତୀୟ ବୋଲି ଚିହ୍ନଟ ହୋଇଛନ୍ତି । ଆଉ ୧୩ ଜଣ ସନ୍ଦିଗ୍ଧଙ୍କ ପରିଚୟ ପତ୍ର ଯାଞ୍ଚ ଜାରି ରହିଛି ଏବଂ ୭୧ଜଣଙ୍କୁ ଅବୈଧ ବାଂଲାଦେଶୀ ବୋଲି ଚିହ୍ନଟ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୨୪ଜଣ, କଟକରେ ୧୫ଜଣ ଥିବା ବେଳେ ବ୍ରହ୍ମପୁରରେ ୬ ଜଣକୁ ଚିହ୍ନଟ କରିଛି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରୁ ଦୁଇ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ନାଁରେ ଭାରତୀୟ ପାସ୍‌ପୋର୍ଟ କରିଛନ୍ତି ।