ବିକ୍ରମ ପଣ୍ଡାଙ୍କ ପାଇଁ ଲଢିବେ ୪୪ ଓକିଲ

ବିକ୍ରମ ପଣ୍ଡାଙ୍କ ପାଇଁ ଲଢିବେ ୪୪  ଓକିଲ

ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ଗତ ବୁଧବାର ଦିନ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୁଲିସ । ହତ୍ୟା ମାମଲାରେ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କ ପାଇଁ ଲଢିବେ ୪୪ଜଣ ଓକିଲ । ଏନେଇ କୋର୍ଟରେ ଓକିଲାତନାମା ଦାଖଲ କରିଛନ୍ତି ୪୪ଜଣ ଓକିଲ । ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ସେମାନେ ଲଢିବେ ବୋଲି ସୂଚନା ମିଳୁଛି । ଆଜି ବିକ୍ରମ ପଣ୍ଡାଙ୍କ ପାଇଁ ଜାମିନ ଆବେଦନ କରାଯିବ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନାଙ୍କୁ ଛାଡିଲା ପୁଲିସ । ଗତକାଲି ତାଙ୍କୁ ବିଳମ୍ବିତ ରାତିରେ ଛାଡିଥିବା ସୂଚନା ରହିଛି । ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ସୁଦର୍ଶନ ।

   ଅନ୍ୟପଟେ ଘଟଣାରେ ଗିରଫ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ବିପଦ ରହିଛି । ଏପରି ଆଶଙ୍କା କରିଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର । ତେଣୁ ତାଙ୍କୁ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର ପାଇଁ ସେ ଏସଡିଜେଏମ କୋର୍ଟରେ ଆବେଦନ କରିଛନ୍ତି ।