କୁକୁଡା ଚାଷ କର୍ମଶାଳା
ସାଲେପୁର : ସାଲେପୁର ପିପିସିଏସ୍ ଓ ମା’ମଙ୍ଗଳା ପିପିସିଏସ୍ ମିଳିତ ଆନୁକୂଲ୍ୟରେ ଓଡ଼ିଶା ସମବାୟ ୟୁନିୟନ୍ ଭୁବନେଶ୍ୱରର ସହଯୋଗରେ ଏକ କର୍ମଶାଳା ସାଲେପୁରର ଓଡ଼ାସିଂହ ଠାରେ ଏସ୍ସିଏସ୍ଟି କର୍ପୋରେଶନ୍ର ପୂର୍ବତନ ଅଧ୍ୟକ୍ଷ ବାବାଜି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ ସମିତିର ସଭାପତି ପ୍ରଭାସିନୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ସଂଗଠକ ଓ ସମାଜସେବୀ ଶ୍ରୀକାନ୍ତ ରାଉତରାୟ ଯୋଗ ଦେଇ ଗ୍ରାମାଞ୍ଚଳରେ କିଭଳି ଭାବରେ କୁକୁଡ଼ା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ ଓ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନାର ଲାଭ ସେମାନଙ୍କ ନିକଟରେ ପହଞ୍ଚôପାରିବ ସେ ନେଇ ଗୁରୁତ୍ୱ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଲେପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଦୀପକ କୁମାର ସେନାପତି, ଅନ୍ୟତମ ଅତିଥି ଭାବରେ ଏସ୍ଏସ୍ଟି ୟୁନିୟନର ପ୍ରୋଗ୍ରାମ ଅଫିସର ବିପିନ ଦାଶ ଯୋଗ ଦେଇ ୟୁନିୟନର ସମସ୍ତ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ, ଓପେଲଫେଡ୍ ଭୁବନେଶ୍ୱରର ଶାଖା ପରିଚାଳକ ଭକ୍ତହରି ମଲ୍ଲିକ, ଯାଜପୁର ସାମ୍ବାଦିକ ସଂଘର ସଭାପତି ହରିହର ସ୍ୱାଇଁ, ପଶୁ ନିରୀକ୍ଷକ ପ୍ରତୁ୍ୟଷ ଗୌରବ ସିଂହ, ପଶୁ ସଂପଦ ବିକାଶ ସମବାୟ ସମିତିର ଅମରେନ୍ଦ୍ର ବେହେରା, ସାଲେପୁର ପିପିସିଏସ୍ ଉମାକାନ୍ତ ବେହେରା, ଏସ୍ସିଏସ୍ଟି ମା’ମଙ୍ଗଳା ସୋସାଇଟିର ଗୌରାଙ୍ଗ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ହୁମାୟୁନ୍ ରସିଦ୍, ହୃଷିକେଶ ବେହେରା, ରମେଶ ବେହେରା, ଅଂଜନ ବେହେରା, ଗୋପିନାଥ ବେହେରା, ସୁରେଶ ଚନ୍ଦ୍ର ବେହେରା, ବିଶ୍ୱରଂଜନ ଚିନ୍ନରା, ପ୍ରଭାତ କୁମାର ଦାସ, କୁତୁବ ଉଦ୍ଦିନ, ବରେନ୍ଦ୍ର ଦେହୁରୀ, ଚନ୍ଦନ ବେହେରା, ଅଂଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।