ବନ୍ଧୁକ ଦେଖାଇ ଘରୁ ସୁନା ଅଳଙ୍କାର ଲୁଟ୍
ସାଲେପୁର : ଗତକାଲି ବିଳମ୍ବିତ ରାତ୍ରିରେ ଜଣେ ଶିକ୍ଷୟିତ୍ରୀଙ୍କ ଘରେ ପଶି ତାଙ୍କ ପରିବାର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ରୂପା ଅଳଙ୍କାର ଓ ନଗଦ ଟଙ୍କା ଦୁର୍ବୃତ୍ତମାନେ ଲୁଟିନେଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସାଲେପୁର ଥାନା ଅନ୍ତର୍ଗତ ତେନ୍ତୋଳ-ନାନେ୍ଦାଳ ରାସ୍ତା ପାଶ୍ୱର୍ରେ ଘର କରି ରହି ଆସୁଥିବା ଜୟନ୍ତୀ ବିଦ୍ୟାପୀଠରେ ସହକାରୀ ଶିକ୍ଷୟିତ୍ରୀ ମାନି ସିଂହଙ୍କ ଘରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ଛାତ ଉପରେ ଚଢ଼ି ଘର ଭିତରେ ପଶି ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କର ପ୍ରାୟ ୪୦ଗ୍ରାମରୁ ଅଧିକ ସୁନା ଅଳଂକାର ଏବଂ ୧୫ରୁ ୨୦ହଜାର ଟଙ୍କା ଚୋରି କରି ନେଇ ପଳାଇଛନ୍ତି । ତାଙ୍କ ଘରେ ସିସିଟିଭି ଲାଗିଥିବାବେଳେ ଦୁର୍ବୃତ୍ତମାନେ ଏଥିପ୍ରତି ଭୃକ୍ଷେପ ନକରି ଘର ଭିତରେ ପଶି ଗୃହକର୍ତ୍ତାଙ୍କୁ ଭୟଭୀତ କରି ମଙ୍ଗଳସୂତ୍ର, କାନଫୁଲ, ଚୁଡ଼ି, ରୂପା ଅଳଂକାର, ପାଉଁଜି ଇତ୍ୟାଦି ଚୋରି କରି ନେଇଯାଇଥିବାବେଳେ ପୁଲିସ ମଙ୍ଗଳବାର ଦିନ ପହଞ୍ଚô ତଦନ୍ତ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।