ଘରୋଇ ଶିକ୍ଷାନୁଷ୍ଠାନର ତଦନ୍ତ ଦାବି

 ତାଳଚେର: ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ତାଳଚେର ମଧ୍ୟରେ ଗଢି ଉଠିଥିବା ଘରୋଇ ଶିକ୍ଷାନୁଷ୍ଠାନ ଏବଂ ଆବାସିକ କୋଚିଂ ସେଣ୍ଟର ଗୁଡିକ ସମ୍ବନ୍ଧରେ ପ୍ରଶାସନିକସ୍ତରରେ ତଦନ୍ତ କରାଯିବା ନିମନ୍ତେ ତାଳଚେର ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ଏକ ଦାବିପତ୍ର ତାଳଚେର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।  ତାଳଚେର ଏକ ଖଣି ଖାଦାନ କଳକାରଖାନା ସମୃଦ୍ଧ ଅଂଚଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ନିଜ ପିଲାଛୁଆଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ଆତ୍ମନିର୍ଭରଶୀଳ ଏବଂ ସଂସ୍କାରିତ କରି ଗଢ଼ି ତୋଳି ସାମାଜିକ ପ୍ରତିଷ୍ଠା ଦେବା ଉଦେ୍ଦଶ୍ୟ ନେଇ ମୋଟା ଅଙ୍କ ଖର୍ଚ୍ଚ କରୁଛନ୍ତି । ଯାହା ଫଳରେ ଏବେ ତାଳଚେର ମଧ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ କୋଚିଂ ସେଣ୍ଟର ଛତୁ ଫୁଟିଲା ପରି ଗଢି ଉଠିଛି ଏବଂ ମନମୁଖୀ ଶୋଷଣ କରୁଛନ୍ତି । ଉଲ୍ଲେଖ ଯେ, ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ କୋଚିଂ ସେଣ୍ଟର ଭଳି ଶିକ୍ଷା ମନ୍ଦିରରେ ଯେପରି ଶିକ୍ଷକ ରକ୍ଷକରୁ ଭକ୍ଷକ ସାଜି ଛାତ୍ରୀକୁ ଅସାଧାରଣ ବା ଭାଇରଲ ଘଟଣା ପ୍ରକାଶ ପାଇଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗକୁ ଏପରି ଅମାନବୀୟ ଘଟଣା ତାଳଚେର ଉପଖଣ୍ଡରେ ଦେଖିବାକୁ ନ ମିଳୁ ତା ପୂର୍ବରୁ ଏଥିପ୍ରତି ଉପଖଣ୍ଡ ପ୍ରଶାସନ ଗୁରୁତର ସହିତ ଧ୍ୟାନ ଦିଅନ୍ତୁ । ଏଣୁ ଛାତ୍ରଛାତ୍ରୀଙ୍କ ଉକ୍ରଳ ଭବିଷ୍ୟତକୁ ଆଖି ଆଗରେ ରଖି ତାଳଚେର ମଧ୍ୟରେ ଗଢି ଉଠିଥିବା ଘରୋଇ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଗୁଡିକର କାଗଜପତ୍ର ଯାଞ୍ଚ ପାଇଁ ଦାବି ହୋଇଛି । ଏଥିସହିତ ସେଠାରେ ଶିକ୍ଷାଦାନ କରୁଥିବା ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେଉଁ ସରକାରୀ ବା ବେସରକାରୀ ଶିକ୍ଷାନୁଷ୍ଠାନରୁ ସିଟି, ବିଇଡି ଦକ୍ଷତା ହାସଲ କରିଛନ୍ତି? ଚରିତ୍ରଗତ, ଭୂମିଗତ ପ୍ରମାଣପତ୍ରର ଯାଂଚ ଏବଂ ସେଠି ରହୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ସେବାର ମାନକୁ ପ୍ରତ୍ୟେକ୍ଷ ଭାବେ ପରଖିବା ସହ ଅନଭିଜ୍ଞ ଶିକ୍ଷକଙ୍କୁ ତଦନ୍ତ ପରିସରକୁ ଆଣି ଅଭିଭାବକଙ୍କ ଭୟ ଏବଂ ଆଶଙ୍କାକୁ ଦୂର କରିବାକୁ ଉପଖଣ୍ଡ ଅଧିକାରୀଙ୍କ ଦ୍ୱାରା ଆଶ୍ୱସ୍ଥ ପ୍ରଦାନ କରାଯାଉ ବୋଲି ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘର ସଭାପତି ଭୂପେନ ଥମ୍ବ, ଦୃମଦ କୁମାର ପ୍ରଧାନ, ଶରତ ଚନ୍ଦ୍ର ଦାସ, ଜିତେନ୍ଦ୍ର ମହାପାତ୍ର, ହିମାଂଶୁ ଶେଖର ମିଶ୍ର ଓ ମହେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।