ପ୍ରତିଭା ସମ୍ମାନ ସମାରୋହ
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଚୁ୍ୟତପୁର ପଞ୍ଚାୟତ ଅଧୀନ ଶିରିପୁର ବାସିନ୍ଦିପୁର ଠାରେ ଗତ ୧୯ତାରିଖରୁ ଆରମ୍ଭ ହୋଇଥିବା ୨୪ତମ ତାରକେଶ୍ୱର ଯଜ୍ଞ ଓ ପ୍ରତିଭା ସମ୍ମାନ ସମାରୋହ ଉଦ୍ୟାପିତ ହୋଇଯାଇଛି । ଦିନରେ ପଣ୍ଡିତ ବ୍ରଜକିଶୋର ଶତପଥୀ, ମଦନମୋହନ ପଣ୍ଡା, ଲକ୍ଷ୍ମୀକାନ୍ତ ଶନିବିଗ୍ରହ, ଦାମୋଦର ଶତପଥୀ, ଚକ୍ରଧର ଶତପଥୀ, ବିଦ୍ୟାଧର ପାଢୀ, ସନାତନ ଆଚାର୍ଯ୍ୟ, ନିଶାକର ପାଣିଗ୍ରାହୀ, ଦୟାନିଧି ପତ୍ରୀ, ନଟବର ଦାଶଙ୍କ ସମେତ ୧୦୮ବେଦ ବିଶାରଦ ଓ ବ୍ରାହ୍ମଣଙ୍କ ଦ୍ୱାରା ୨୭ଯୋଗ ଯଜ୍ଞ ସାଙ୍ଗକୁ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ତାରକେଶ୍ୱର ଯଜ୍ଞକମିଟି ପକ୍ଷରୁ ଆୟୋଜିତ ପ୍ରତିଭା ସମ୍ମାନ ସମାରୋହରେ ସୁରେନ୍ଦ୍ର ପ୍ରସାଦ ଦଳାଇ ସଭାପତିତ୍ୱ କରିଥିଲେ । ଡଗରପଡା ପଞ୍ଚାୟତ ସରପଞ୍ଚ ରନôାକର ଦଳେଇ, ସମିତି ସଭ୍ୟ ବିମ୍ବାଧର ଦଳେଇ, ଅଚୁ୍ୟତିପୁର ପଞ୍ଚାୟତ ସରପଞ୍ଚ ଅହଲ୍ୟା ପାତ୍ର, ସୋର ମହୋତ୍ସବ କମିଟିର ସଭାପତି ଗୌରୀ ଶଙ୍କର ଘଡେଇ, ସମ୍ପାଦକ ଅଜିତ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳରେ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ମହୋତ୍ସବ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ ବୋଲି ପ୍ରକାଶ କରିଥିଲେ । ଯଜ୍ଞର ପ୍ରତିଷ୍ଠାତା ସ୍ୱର୍ଗତ ରଘୁନାଥ ପାଢୀଙ୍କ ଉପରେ ପ୍ରସ୍ତୁତ ସ୍ମରଣିକା ଅବିସ୍ମରଣୀୟ ରଘୁନାଥ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଅନାମ ଚରଣ ପଣ୍ଡା, ଉକ୍ରଳବନ୍ଧୁ ପଣ୍ଡା, ତପୋଧନ ବାରିକ ଓ ସକ୍ଷମ ଫାଉଣ୍ଡେସର ନିଦେ୍ର୍ଦଶକ ଶଶିକାନ୍ତ ରାଉତ, କଳାକାର ସୁଇଟି ଦାଶ, ସତ୍ୟବ୍ରତ ସାହୁ, ସନ୍ତୋଶିନୀ, ଟୁଲୁ,ଶିବା, ନମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟି ସଦସ୍ୟ ରତିକାନ୍ତ ବେହେରା, ଦିପ୍ତିକାନ୍ତ ପାଢୀ, ତୃପ୍ତିକାନ୍ତ ପାଢୀ, ହରିଶ ବେହେରା, ଭାସ୍କର ବେହେରା, ପ୍ରଫୁଲ୍ଲ ବେହେରା, ଚିନ୍ତାମଣି ବେହେରା, ରମାକାନ୍ତ ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।