କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଛାତ୍ର 

ରାଜକନିକା : ରାଜକନିକା ବ୍ଲଜ ଜୟନଗର ପଞ୍ଚାୟତ ଖୁଣ୍ଟା ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତିଲେ । ସୂଚନା ଅନୁଯାଇ ଖୁଣ୍ଟା ଗାଁର ରନôାକର ମଲିକ ବିଲରେ କାମ କରୁଥିବା ବେଳେ ତାଙ୍କ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ପୁଅ ରାକେଶ ମଲିକ (୧୩) ଖାଇବାକୁ ନେଇ ବାପାଙ୍କ ପାଖକୁ ଯାଇଥିଲେ । ସେଠାରେ ପହଁଚି ଟିଫିନ ଧୋଇବାକୁ ନଦୀକୁ ଆସିଥିବା ବଳେ, ତାଙ୍କୁ କୁମ୍ଭୀର ଟାଣିନେଇଥିଲା ସେ ଚକ୍ରାର କରିବାରୁ ତାଙ୍କ ବାପା ଦଉଡି ଆସି ପୁଅକୁ ବହୁ କଷ୍ଟରେ କୁମ୍ଭୀତ ମୁହଁରୁ ଉଦ୍ଧାର କରିଥିଲେ । ତାପରେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ପରେ ତାଙ୍କ ଦେହ ସଂକଟା ପୂର୍ଣ୍ଣ ହେବାରୁ ତାଙ୍କୁ ଡାକ୍ତର କେନ୍ଦ୍ରାପଡ଼ା ମେଡିକାଲକୁ ପଠାଇ ଥିବା ସୂଚନା ମିଳିଛି । ତେବେ ରାକେଶଙ୍କ ଡାହାଣ ଗୋଡ଼ରେ କୁମୀର କାମୁଡି ଥିବା ସହିତ ଗଭୀର ରକ୍ତସ୍ରାବ ହୋଇଥିବା ସୂଚନା ମିଳିଛି ।