ମହିଳାଙ୍କ ଠାରୁ ସୁନା ଚେନ ଲୁଟ
ନାଉଗାାଁ : ମହିଳାଙ୍କ ବେକରୁ ହୋଇଛି ସୁନା ଚେନ ଲୁଟ । ନାଉଗାଁ ଥାନା ଅଞ୍ଚଳ ଘୋଡାଂଶ ଗ୍ରାମର ଖୁଲଣା ନାୟକ ନାମକ ଜଣେ ମହିଳା ସକାଳୁ ନିଜ ଘର ସମ୍ମୁଖରେ ଥିବା ଚଉରା ପୂଜା କରୁଥିବା ସମୟରେ ଦୁଇ ଜଣ ଦୁର୍ବୁତ୍ତ ଜଣେ ହେଲମେଟ ପିନ୍ଧିଥିବା ବେଳେ ଆଉ ଜଣେ ଖାଲି ବସିଥିବା ଏକ କଳା ପଲସର ଗାଡିରେ ଆସି ମହିଳାଙ୍କୁ ଏକ ଠିକଣା ପଚାରିବା ଆଳରେ ମହିଳାଙ୍କ ବେକରେ ଥିବା ଦୁଇ ଭରିର ସୁନାଚେନକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଘଟଣାକୁ ଆଧାର କରି ମହିଳା ଜଣକ ଏକ ଲିଖିତ ଅଭିଯୋଗ ନାଉଗାଁ ପୁଲିସ ଷ୍ଟେସନରେ କରିଛନ୍ତି । ପୁଲିସ ତଦନ୍ତ ଜାରି ରଖିଛି ।