କୃଷକ ସାଥୀ ସଂଘର କର୍ମକର୍ତ୍ତା ଚୟନ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା କୃଷକ ସାଥୀ ସଂଘର ବୈଠକ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପରିସରରେ ବ୍ଲକ୍ ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସଭାପତି ଶୁଶାନ୍ତ ପାତ୍ର, ସମୀର ବିଶ୍ୱାଳ, ସମ୍ପାଦକ ଅଜୟ ସାମଲ, କୋଷାଧ୍ୟକ୍ଷ ଦୁଷ୍ମନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ଉପଦେଷ୍ଟା ଓ କଟକ ଜିଲ୍ଲାର ସଭାପତି ଲକ୍ଷ୍ମୀଧର ରାଉତ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସଂଘକୁ ଆଗେଇ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ଗଗନ ବିହାରୀ ଧଳ, ରବି ନାରାୟଣ ସାହୁ, ମଦନ ମୋହନ ମହାପାତ୍ର, ଲାଲ ମୋହନ ମିଶ୍ର, ଆଶୁତୋଷ ସିନ୍ନା, ହେମନ୍ତ କୁମାର ଦାସ, ସୁରେନ୍ଦ୍ର କୁମାର ସେଠୀଙ୍କୁ ଉପଦେଷ୍ଟା ମଣ୍ଡଳୀରେ ରଖାଯାଇଛି ।