ମାପଚୁପରେ ବିଳମ୍ବ : ମନ୍ଥର ଗତିରେ ଚାଲିଛି ଜାତୀୟ ରାଜପଥ କାମ

 କେନ୍ଦ୍ରାପଡ଼ା: ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ମାପଚୁପ ବିଳମ୍ବରୁ ମନ୍ଥର ଗତିରେ ଚାଲିଥିବା ଜଣାପଡିଛି । ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ (ରାଜସ୍ୱ) ଜାଣିବା ପରେ ଛଘରିଆ, ହଜାରି, ଶିଳିପୁର ପ୍ରଭୃତି ସ୍ଥାନରେ ମାପ ଚୁପରେ ବିଳମ୍ବ ହେତୁ ପ୍ରଶସ୍ତିକରଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ତୁରନ୍ତ ମାପଚୁପ କରାଇବା ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ଅମିନଙ୍କୁ ମାର୍ଶାଘାଇ ତହସିଲ ଅଂଚଳର ଶିଳିପୁର, ହଜାରି ପ୍ରଭୃତି ଅଂଚଳରେ ମାପଚୁପ କରାଇ ଜାତୀୟ ରାଜପଥ କାର୍ଯ୍ୟକୁ ତ୍ୱରାନିତ୍ୱ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଉକ୍ତ ସ୍ଥାନରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ମାପଚୁପ ନ ହେବାରୁ ପ୍ରଶସ୍ତିକରଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ସ୍ଥାନୀୟ ବ୍ୟକ୍ତି ବାଧ୍ୟ କରୁଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲିକ ମାର୍ଶାଘାଇ ତହସିଲଦାର ଶ୍ରୀକାନ୍ତ ପରିଜା, ଜାତୀୟ ରାଜପଥର କନିଷ୍ଠ ଯନ୍ତ୍ରୀ ଜ୍ଞାନରଂଜନ ମହାନ୍ତି ଏବଂ ଠିକାଦାର ସୋନୀ ରାଠୋର ପ୍ରମୁଖଙ୍କୁ ଡକାଇ ମାପଚୁପ ସମୟରେ ଉପସ୍ଥିତ ରହି ପ୍ରଶସ୍ତିକରଣ କାର୍ଯ୍ୟକୁ ଆଗେଇ ନେବାକୁ ଆଲୋଚନା କରିଥିଲେ । ତେବେ କେତେକ ସ୍ଥାନରେ ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଥିବାରୁ ଚାଷ ଜମିରୁ ଜଳ ନିଷ୍କାସନ ହୋଇ ନ ପାରିବାରୁ ଚାଷୀମାନେ ହଇରାଣ ହେଉଛନ୍ତି । ତୁରନ୍ତ ସେଗୁଡିକୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।