ଖେଳପଡିଆ ଉପରେ ବିଦୁ୍ୟତ୍ ତାର ଟଣାକୁ ନେଇ ଅସନ୍ତୋଷ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ଶହେ ବର୍ଷର ସ୍ମୃତି ବହନ କରିଥିବା ଶ୍ରୀକୃଷ୍ଣ ଏକାଡେମୀ ବିଦ୍ୟାଳୟ ଖେଳ ପଡିଆ ଉପରେ ୩୩ କେଭି ବିଦୁ୍ୟତ୍ ତାର ଟଣା ଯିବା ଘଟଣାକୁ ନେଇ ବିଦ୍ୟାଳୟର ଛାତ୍ର ଓ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ବିଦୁ୍ୟତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କକରିଛନ୍ତି ଶତାଧିକ ସ୍କୁଲ ଛାତ୍ର । ଆମ ମୁଣ୍ଡ ଉପରେ ବିଦୁ୍ୟତ ତାର ଝୁଲିବ ବିଦୁ୍ୟତ ତାର ଛିଡିଲେ ଆମ ଜୀବନ ଯିବ । ତେଣୁ ବିଦୁ୍ୟତ ତାର ଟଣାଯିବାର ଦିଗ ବଦଳା ଯାଉ ନ ହେଲେ ମାଟି ତଳେ ବିଦୁ୍ୟତ ତାର ନିଆଯାଉ । ଏଭଳି ଦାବି ରଖି ରାଜରାସ୍ତାକୁ ଓହ୍ଲାଇବା ସହିତ ଟାଟା ବିଦୁ୍ୟତ କାର୍ଯ୍ୟାଳୟକୁ ଘେରିଲେ କୁନି କୁନି ପିଲା ଓ ପୁରାତନ ଛାତ୍ରମାନେ । ଯେ ପର୍ଯ୍ୟନ୍ତ ଏହି ବିଦୁ୍ୟତ ତାର ସଂଯୋଗ ଗତିପଥ ପରିବର୍ତ୍ତନ ନହୋଇଛି ଆନେ୍ଦାଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବର୍ତ୍ତମାନ ଏବଂ ପୁରାତନ ଛାତ୍ର ମାନେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ବାସୁଦେବ ଷଡ଼ଙ୍ଗୀ, ବିଜୟ କୁମାର ରାଉତ, ସୌଭାଗ୍ୟ ରଞ୍ଜନ ବିଶ୍ୱାଳ, ଦୀପକ ପଟ୍ଟନାୟକ, ସଫାତ ଅଲି ଖାନ, ଆଶିଷ କୁମାର ମାଣିଆଙ୍କ ସମେତ ଛାତ୍ରଙ୍କ ଉପସ୍ଥିତରେ ସେସୁ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶିବ ପ୍ରସାଦ ସ୍ୱାଇଁ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।